‘ଗଙ୍ଗୁବାଇ କାଠିଆୱାଡି’ର ନାଁ ବଦଳିବ!

‘ଗଙ୍ଗୁବାଇ କାଠିଆୱାଡି’ର ନାଁ ବଦଳିବ! ରିଲିଜର ଦୁଇ ଦିନ ପୂର୍ବରୁ ଫିଲ୍ମର ନାଁ ପରିବର୍ତ୍ତନ କରିବାକୁ ସୁପ୍ରିମକୋର୍ଟ ଙ୍କ ପରାମର୍ଶ
ସଞ୍ଜୟ ଲୀଲା ଭନସାଲୀଙ୍କ ସିନେମା ଗଙ୍ଗୁବାଇ କାଠିଆୱାଡିକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ । ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନଙ୍କ ଅଭିନିତ ଫିଲ୍ମ ଗଙ୍ଗୁବାଇ କାଠିଆୱାଡି ସିମେନା ଘରକୁ ଆସିବାର ଦୁଇ ଦିନ ପୂର୍ବରୁ ଆଇନର ଫାନ୍ଦରେ ଫସିଛି । ସୁପ୍ରିମକୋର୍ଟଙ୍କ ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ ଜେକେ ମହେଶ୍ୱରୀଙ୍କ ଖଣ୍ଡପୀଠ ଏହାର ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କୁ ଫିଲ୍ମର ନାଁ ପରିବର୍ତ୍ତନ କରିବା ଉପରେ ପରାମର୍ଶ ଦେଇଛନ୍ତି ।ଗୋଟିଏ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ କୋର୍ଟରେ ଫିଲ୍ମ ମାମଲା ବିଚାରଧୀନ ଥିବାରୁ ନାଁ ପରିବର୍ତ୍ତନ ପାଇଁ କୋର୍ଟ ପରମର୍ଶ ଦେଇଥିବା କହିଛନ୍ତି । ଏହି ମାମଲା ଉପରେ ଗୁରୁବାର ମଧ୍ୟ ସୁପ୍ରିମକୋର୍ଟରେ ଶୁଣାଣି ହେବ। ସର୍ବୋଚ୍ଚ କୋର୍ଟରେ ପ୍ରାୟ ଦୁଇ ଘଣ୍ଟା ଧରି ହୋଇଥିବା ଶୁଣାଣିରେ ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କ ନେତୃତ୍ୱରେ ଗଠିକ ଖଣ୍ଡପୀଠ ଫିଲ୍ମର ନାଁ ପରିବର୍ତ୍ତନ କରିବା ସମ୍ଭବ କି ବୋଲି ଏହା ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କୁ ପ୍ରଶ୍ନ କରିଥିଲେ ।କାଠିଆୱାଡି କମ୍ୟୁନିଟିକୁ ମଧ୍ୟ ଭୁଲ ଢଙ୍ଗରେ ସ୍ଥାନିତ କରାଯାଇଛି।ଆସନ୍ତା ଫେବ୍ରୁଆରୀ ୨୫ ତାରିଖରେ ବଡ଼ ପରଦାରେ ଦର୍ଶକ ଏହାକୁ ଦେଖିପାରିବେ। ପୁସ୍ତକ ମାଫିଆ କ୍ୱିଇନ ଅଫ୍ ମୁମ୍ୱାଇ ଉପରେ ଆଧାରିତ ଏହି ଫିଲ୍ମର ଟ୍ରେଲର ଏବଂ ଗୀତ ବେଶ ଲୋକପ୍ରିୟ ହୋଇପାରିଛି ..

Leave a Reply

Your email address will not be published. Required fields are marked *