ଦିଗହରା ଏବେ ଯୁବ ସମାଜ….

ବିଶ୍ଵ ମାନଚିତ୍ର ରେ ଏବେ ଭାରତ ର ନାମ ବେଶ୍ ଚର୍ଚ୍ଚା କିନ୍ତୁ ଆଜିର ଯୁବ ସମାଜ ଦୀଗହରା ହୋଈ ପଡିଛି। ଗୋଟିଏ କଥା ମୁଁ କହିବାକୁ ଚାହେଁ ଏଠି,ଆମେ ଯେତେ ବି କଷ୍ଟ ରେ ରହୁନା କାହିଁକି ସେପରି କୌଣସି ବାଟ ବାଛି ନେବା ନାହିଁ ଯେଉଁଠୁ ଆଉ ଫେରି ହେବ ନାହିଁ। ସେ ଗୋଟେ ଯୁବକ ହେଉ ଅବା ଯୁବତୀ ଆଜି ର ଦୁନିଆଁ ରେ କାହିଁକି କେଜାଣି ଏପରି ବାଟ ବାଛି ନେଉଛନ୍ତି ଯାହାକୁ ନେଇ ଏବେ କଳନା କରିବା ମୁସ୍କିଲ ହୋଈ ପଡିଛି। ଆଜି ର ଯେଉଁ ପ୍ରସଙ୍ଗ ରହିଛି ଆପଣ ମାନେ ନିଶ୍ଚିନ୍ତ ଭାବେ ଜାଣି ପରୁଥିବେ…. ସ୍ନେହ ଭଲ ପାଇବା ଟିକେ ପାଇଁ ଏ ଜୀବନ କିନ୍ତୁ ମା ର ମମତା କୁ ଆମେ ଭୁଲି ଯାଉଛେ, ଯିଏ ନିଜ ଛୁଆ କୁ ନିଜ ପେଟ ରୁ ଜନ୍ମ ଦେଇଚି, ଯେଉଁ ବାପା ଆମ ପାଇଁ ଦିନ ନାହିଁ ରାତି ନାହିଁ ଚିନ୍ତା କରୁଛନ୍ତି, କିପରି ମୋ ପୁଅ କି ମୋ ଝିଅ କୁ ଭଲ ମଣିଷ କରିବି , ସେ କିପରି ପାଞ୍ଚ ଜଣଙ୍କ ମଧ୍ୟରେ ଜଣେ ହେବ , କେତେ ଯେ ଦୁଃଖ କଷ୍ଟ ମଧ୍ୟରେ ନିଜ ସନ୍ତାନ କୁ କୌଣସି ଦୁଃଖ କୁ ଜଣେଇବାକୁ ଦିଅନ୍ତି ନାହିଁ କେବଳ ସେ ତାଙ୍କ ଖୁସି ଚାହିଁଥାନ୍ତି। କିନ୍ତୁ ଆଜି ର ଯୁବ ସମାଜ ସେହି ଭଲ ପାଇବା ସେହି ସ୍ନେହ ଶ୍ରଦ୍ଧା କୁ ଭୁଲି ଯାଇ ଦିଗହରା ହୋଈ ଆତ୍ମହତ୍ୟା ଭଳି ଏକ ଘୃଣ୍ୟ କାମ କୁ ଆପଣେଇ ନେଇଛନ୍ତି। ସେ ଗୋଟେ ପୁଅ ହେଉ କି ଝିଅ ନିଜ ବାପା ମା ଙ୍କ ପାଇଁ ସେ ଗୋଟେ ସନ୍ତାନ। କେବେ ଭାବନ୍ତୁ ନିଜ ବାପା ମା ତୁମର କେତେ ଯେ ଆଳୀ ଅର୍ଦ୍ଦଳି ସହି ଆଜି ଏତେ ଛୋଟ ରୁ ବଡ କଲେ। କେତେ ଯେ ସ୍ବପ୍ନ ଦେଖିଥିବେ ତୁମକୁ ନେଇ ସେମାନେ। ହେଲେ ତମେ କାହିଁକି ସେହି ଚଳନ୍ତି ଠାକୁର ଙ୍କ କଥା ଥରେ ଭାବନି। କାହିଁକି ଆଜି ଏତେ ସ୍ୱାର୍ଥ ପର ହୋଈ ଯିବାକୁ ପଛ ଘୁଞ୍ଚା ଦେଉନ। ମୁଁ ତ କହିବି ଥରେ ନୁହଁ ଶହେ ଥର, ହଜାର ଥର ଭାବନ୍ତୁ କିଛି ଏଭଳି ନିଚ କାମକୁ କରିବା ପୂର୍ବରୁ। ବାପା ମା ଜନ୍ମ ଦେଇ ଏତେ ବଡ଼ କଲେ ତାଙ୍କ ସ୍ନେହ ଶ୍ରଦ୍ଧା ଭଲ ପାଇବା ର କଣ କିଛି ବି ମୂଲ୍ୟ ନାହିଁ, ଗୋଟିଏ ପୁଅ/କି ଝିଅ ପାଇଁ କଣ ନିଜ ଜୀବନ କୁ ଉତ୍ସର୍ଗ କରିବା ନିହାତି ଜରୁରୀ। ନା କେବେ ନୁହେଁ, ଯଦି ସେ ଭଳି ଭାବୁଛନ୍ତି ଯେ ମୁଁ ଏ ଜୀବନ ହରିଦେଲେ ମୋ ପଛରେ ମୋ ଭଲ ପାଇବା ପଛରେ ଗୋଡେଇ ଆସିବ କି ତୁମ ପାଇଁ କେହି ମନ ଦୁଃଖ କରିବେ ସେହି କଥା ଭାବିବା ଶତ ପ୍ରତିଶତ ଭୁଲ୍। ସାଙ୍ଗ ମାନେ ତୁମେ ଗଲା ପରେ ଆହା କରିବେ କିନ୍ତୁ କେତେ ଦିନ କାଲି କରିବେ ଦୁଇ ଦିନ କରିବେ ତାପରେ ନିଜ କାମରେ ସେମାନେ ବ୍ୟସ୍ତ ହେଇଯିବେ। ତୁମ କଥା ହିଁ ମନେ ପଡ଼ିବନି। ଆଉ ଯଦି ତୁମ ଭଲ ପାଉଥିବା ପୁଅ କି ଝିଅ କଥା ଆମେ ଦେଖିବା ତାହାଲେ ଆପଣଙ୍କ ସାମ୍ନା ରେ ଦୈନନ୍ଦିନ ଘଟି ଚାଲିଥିବା ଘଟଣା କୁ ଦେଖନ୍ତୁ କେତେ ଜଣ ପଛରେ ଆସିଛନ୍ତି ଭାବନ୍ତୁ ଥରେ। ଉଦାହରଣ ଆପଣଙ୍କ ସାମ୍ନା ରେ ତାହାଲେ କାହିଁକି ଏଭଳି କାମ କୁ ଆପଣେଇବାକୁ ଚାହିଁବା। ତମେ ଗଲା ପରେ ସେହି ମା ବାପା ହିଁ କେବଳ ତୁମ କଥା ଭାବିବେ ପ୍ରତୀ ମୁହୂର୍ତ୍ତ ରେ ଭାବିବେ। ତାଙ୍କ ଜୀବନ ଥିବା ଯାଏ ଭାବିବେ। ତାହାଲେ ସେହି ମା ବାପା ଙ୍କ ପାଇଁ କଣ ନିଜ ସନ୍ତାନ ର କୌଣସି କର୍ତ୍ତବ୍ୟ ନାହିଁ। ଏ କଥା ମୁଁ କହୁଚି ବୋଲି ଭବନ୍ତୁନି କାହିଁକି କହୁଚି ଆପଣ ମାନେ ନିଜେ ଭାବନ୍ତୁ ଆପଣଙ୍କ ଜୀବନ ରେ ଯାହା ଘଟୁଛି ସେହି କଥା କୁ ଅଙ୍ଗେ ଲିଭାଉ ଛନ୍ତି। କେତେ ସତ ଆଉ କେତେ ମିଛ ନିଶ୍ଚିନ୍ତ ଜାଣି ପାରିବେ। ମୁଁ କହୁନି ଯେ ଆପଣ କାହାକୁ ଭଲ ପାନ୍ତୁନି। କିନ୍ତୁ ଯଦି ସେହି ଭଳି କିଛି ସମୟ ଆସି ପହଞ୍ଚେ ତାହାଲେ ଆପଣ ମା ବାପା ଙ୍କ କଥା ଭାବନ୍ତୁ ନିଜ ପ୍ରଶ୍ନ ର ଉତ୍ତର ଆପଣଙ୍କ ସମୁଖରେ ନିଶ୍ଚିନ୍ତ ରହିବ। ଆପଣ ଏବେ ଯାହା ଦେଖୁଛନ୍ତି ସେହି ଭଳି ଏବେ ଆଉ ସେହି ଦୁନିଆଁ ହେଇ ନାହିଁ ନା ଅଛି ସେ ପ୍ରଥା ଯେ ଆପଣଙ୍କ ପଛରେ କେହି ଚାଲି ଆସିବେ। ସାଙ୍ଗ ସାଥି ପରିବାର କେବଳ ମଶାଣି ଯାଏ କିନ୍ତୁ ତମେ ଗଲା ପରେ କାନ୍ଦି କାନ୍ଦି କେବଳ ବାପା ମା ହିଁ ଛଟ ପଟ ହୁଅନ୍ତି ଜୀବନ ସାରା। ତେଣୁ ଜୀବନ ରେ ଏପରି କୌଣସି ନିଷ୍ପତି ନିଅନ୍ତୁ ନାହିଁ ଯାହାକୁ ନେଇ ଆପଣ ମୃତ୍ୟୁ ପରେ ବି ନିଜକୁ କ୍ଷମା କରି ପାରିବେନି

Leave a Reply

Your email address will not be published. Required fields are marked *