ୟୁକ୍ରେନ୍‌ ପରମାଣୁ ଘାଟି ଉପରେ ଋଷର କବଜା : ପ୍ରଥମ ଦିନ ଯୁଦ୍ଧରେ ୧୩୭ ଜଣଙ୍କ ମୃତ୍ୟୁ,

ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ପ୍ରଥମ ଦିନରେ ୟୁକ୍ରେନ୍‌ ଭିତରେ ପଶି ଘନଘନ ମିସାଇଲ ମାଡ କରିଥିଲା ଋଷ । ଉଭୟ ପକ୍ଷର ସେନା ମୃତାହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍‌ ର ୧୩୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଜେଲେଂସ୍କି । ଋଷ ସେନା ଗୁରୁବାର ୟୁକ୍ରେନର ଚିର୍ନୋବିଲ୍‌ ପରମାଣୁ ଘାଟି ଉପରେ ଆକ୍ରମଣ କରି କବଜା କରିନେଇଥିବା ଜଣାପଡିଛି । ୟୁକ୍ରେନ୍‌ ସେନା ଋଷ ସହ ପାରୁ ପର୍ଯ୍ୟନ୍ତ ଲଢି ସୁଦ୍ଧା ପରମାଣୁ ଘାଟିକୁ ରକ୍ଷା କରିବାରେ ସକ୍ଷମ ହୋଇନାହାନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ଜେଲେଂସ୍କିଙ୍କ ବ୍ୟକ୍ତିଗତ ପରାମର୍ଶଦାତା ମାୟହେଲୋ ପୋଡୋୟକ ।ଅନ୍ୟପଟେ ୟୁକ୍ରେନ୍‌ ସ୍ଥିତି ଉପରେ ନଜର ରଖିଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟ୍ଟିନ୍‌ ଙ୍କ ସହିତ ଫୋନ ଯୋଗେ ମଧ୍ୟ କଥା ହୋଇଛନ୍ତି । ୟୁକ୍ରେନରେ ଫସିଥିବା ଭାରତୀୟ, ବିଶେଷକରି ସେଠାରେ ରହି ପାଠ ପଢୁଥିବା ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଧ୍ୟାନ ଦେବାକୁ ପୁଟ୍ଟିନଙ୍କୁ କହିଛନ୍ତି ମୋଦି ..ୟୁକ୍ରେନ୍‌ ପରମାଣୁ ଘାଟିରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଅନୁମାନ କରାଯାଉଛି । କାରଣ ଋଷ ସେନା ସେଠାରେ ଭୀଷଣ ଆକ୍ରମଣ କରିବା ପରେ ବ୍ୟାକ୍‌ ଫୁଟକୁ ଚାଲିଯାଇଥିଲେ ୟୁକ୍ରେନ ସେନା । ଅନ୍ୟପଟେ ୟୁକ୍ରେନ୍‌ ସେନାର ଆକ୍ରମଣରେ ପ୍ରାୟ ୪୦ ଜଣ ଋଷ ସୈନ୍ୟଙ୍କ ମୃତ୍ୟୁ ଘଟିଛି ।

 

Leave a Reply

Your email address will not be published. Required fields are marked *