ଡ଼ମ୍ଫର ଧକ୍କାରେ ଯୁବକଙ୍କ ମୃତ୍ୟୁ ।


ରାଜଗାଙ୍ଗପୁର ତା ୨୫/୨ (ରିପୋର୍ଟ-ଅଟଳ ବିହାରୀ ପଣ୍ଡା)ରାଜଗାଙ୍ଗପୁର ସହରର ସୁବାଷ ଛକ ସ୍ଥିତ ମୁଖ୍ୟ ରାସ୍ତା ରେ ଅଜଣା ଗାଡି ଧକ୍କାରେ ଜଣେ ପଥଚାରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ ୱାର୍ଡ ନଂ ୧୨ ସିନ୍ଧିପଡାର ରାଜକୁମାର ଖେଲକର (୩୦) ବୋଲି ଜଣାପଡିଛି ।
ସୂଚନା ମୁତାବିକ ଆଜି ସନ୍ଧ୍ୟା ସମୟରେ ରାଜକୁମାର କୌଣସି କାର୍ଯ୍ୟରେ ସୁବାଷ ଛକ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ଚାଲିଚାଲି ଯାଉଥିବା ସମୟରେ ଲାଲବାବାଙ୍କ ମଜାର ନିକଟରେ ପଛପଟୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ରାଜ କୁମାର ଗୁରୁତର ଆହତ ହୋଇଥିଲେ । ତାଙ୍କୁ ମୁର୍ମୁଶ ଅବସ୍ଥାରେ ସେଠାରୁ ନିକଟସ୍ଥ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଖପାଖ ଲୋକଙ୍କ କହିବା ଅନୁଯାୟୀ ଏକ ଡ଼ମ୍ଫର ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ମାରିଥିବା ନେଇ ସୂଚନା ଦେଇଥିଲେ । ପୁଲିସ ଦୁର୍ଘଟଣାର ଖବର ପାଇ ଦୁର୍ଘଟଣା ଘଟାଇଥିବା ଗାଡି ସନ୍ଧାନ କରିବା ସହ ମାମଲାର ତଦନ୍ତ ଜାରି ରଖିଛନ୍ତି

Leave a Reply

Your email address will not be published. Required fields are marked *