ସ୍କୁଲ ଖୋଲିବା ପୂର୍ବରୁ ଓସେପାଙ୍କ ଗାଇଡ଼ଲାଇନ I

ଆସନ୍ତା 28 ରେ ଖୋଲିବାକୁ ଯାଉଥିବା ପ୍ରଥମ ରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଲା ଓସେପା ଙ୍କ ନୂଆ ଗାଇଡ଼ଲାଇନ I 26 ତାରିଖ ରେ ଅଭିଭାବକ – ଶିକ୍ଷକ,ଶିକ୍ଷୟତ୍ରୀ ବୈଠକ ( ପିଟିଏମ ) ଆୟୋଜିତ କରାଯାଇ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ଉପରେ ବିଚାର ଆଲୋଚନା କରାଯିବ I ଦୀର୍ଘ ୨ ବର୍ଷ ର ବ୍ୟବଧାନ ପରେ ଖୋଲିବାକୁ ଯାଉଥିବା ସ୍କୁଲ ରେ ଛାତ୍ର-ଛାତ୍ରୀ ମାନେ କିପରି ସେମାନେ ଶତ ପତିଶତ ଉପସ୍ଥିତ ରହିବେ ଏବଂ କିପରି ସେମାନଙ୍କର ପାଠପଢ଼ାରେ ଆଗ୍ରହ ସହକାରେ ଆସିବେ , ସେହି ବିଷୟ ଉପରେ ଏଇ ବୈଠକ ରେ ଆଲୋଚନା କରାଯିବ I ଏ ବୈଠକ ୧ ଘଣ୍ଟା ପାଇଁ ଆୟୋଜିତ ହେବ ସେନେଇ ପ୍ରଧାନଶିକ୍ଷକ ନିର୍ଦ୍ଧାରଣ କରିବେ I ବ୍ଲକ ସ୍ତରରେ ମନିଟରିଂ ଟିମ ଗଠିତ ହେବ I ଯେଉଁଥିରେ ଡିଆଇଇଟି ବରିଷ୍ଠ ଶିକ୍ଷକ/ଶିକ୍ଷୟତ୍ରୀ, ଜିଲ୍ଲା/ବ୍ଲକ ସ୍ତରୀୟ ଅଫିସର, ତତ ସହ ସାଥ ଟିମ ର ସଦସ୍ୟ ଉପସ୍ଥିତ ରହିବେ I ପିଟିଏମ ବୈଠକରେ ବ୍ଲକ ଅନୁଯାୟୀ ୭ ଦିନ ଭିତରେ ଓସେପା ନିକଟରେ ଉପସ୍ଥାନ କରିବାକୁ କୁହାଯାଇଛି I କରୋନା କଟକଣା ଯୋଗୁ ପୂର୍ବପରି ସାମାଜିକ ଦୂରତା,ମାସ୍କ ପରିଧାନ,ସାନିଟାଇଜର, ଵ୍ୟଵହାର କୁ କଡ଼ାକଡ଼ି କରାଯାଇଛି I

 

 

 

Leave a Reply

Your email address will not be published. Required fields are marked *