ଜୁନ ୨୨ ସୁଦ୍ଧା କରୋନା ର ଚତୃର୍ଥ ଲହର ; ଅକଳନ କଲେ ଆଇଆଇଟି ର କାନପୁର ବିଶେଷଜ୍ଞ

କିଛି ମାସ ଧରି ଲଗାତାର ଭାବରେ କରୋନା ର ତୃତୀୟ ଲହର ପ୍ରଭାବ କମିବାର ଲାଗିଥିବା ବେଳେ ପୁଣି ଆଇଆଇଟି କାନପୁର ବିଶେଷଜ୍ଞ ଆକଳନ ସମସ୍ତ ଙ୍କ ମନରେ ଭୟାବିତ କରିଦେଇଛି l ଜୁନ ୨୨ ରେ ଚତୃର୍ଥ ଲହର ଆସିବ ଏବଂ ଅଗଷ୍ଟ ୧୫ ରୁ ୩୧ ମଧ୍ୟରେ ଏହା ସର୍ବୋଚ୍ଚ ସ୍ତରରେ ପହଂଚିବ l କରୋନା ର ନୂଆ ଭାରିଏଣ୍ଟ ଓମିକ୍ରନ ଠାରୁ ଏହା ଅଧିକ ପ୍ରଭାବଶାଳୀ ହେବ କି ନାହିଁ ସେ ସେବିଷୟ ରେ ଯଦିଓ କୁହାଯାଇନାହିଁ ତଥାପି ଟିକା ଉପରେ ସ୍ଥିତି ଉପରେ ରେ ନିର୍ଭୟ କରୁଛି l ବିଶେଷଜ୍ଞ ଟିକାକାରଣ ଉପରେ ଅଧିକ ଗୁରୁତ୍ୱ ଦେଇ କହିଛନ୍ତି ଯେ , ” ଟିକା ହିଁ ଆମ ପାଇଁ ବଡ ଅସ୍ତ୍ର ,ଏହା ଦ୍ୱାରା ଆମେ କରୋନା କୁ ହରାଇପାରିବ l ଆଇଆଇଟି ଗଣିତ ଓ ପରିସଂଖ୍ୟନ ବିଭାଗ ର ସବର ପ୍ରସାଦ , ରାଜେଶ ଭାଇ , ଏବଂ ଶଲଭ ଏହି ଗବେଷଣା ରେ ଭାଗ ନେଇଥିଲେ l ଏପଟେ କରୋନା ର ପ୍ରଭାବ ଧୀରେ ଧୀରେ କମିବା ଯୋଗୁଁ ଲକଡାଉନ , ସଟଡାଉନ , ହଟିବା ପରେ ସମସ୍ତ ବିଦ୍ୟାଳୟ ମହାବିଦ୍ୟାଳୟ ଖୋଲିବା ସହ ସପିଙ୍ଗ ମହଲ , ଦୋକାନ ବଜାର, ଖୋଲା ହେବା ଦ୍ୱାରା ତଥା ନିର୍ବାଚନ ପାଇଁ ସଂକ୍ରମଣ ବଢିବାର ଆଶଙ୍କା କରାଯାଉଛି ଯଦି ପୂର୍ବ ପରି ଲୋକମାନେ ଯଦି ସଚେତନ ନ ରୁହନ୍ତି ତେବେ ଆଗକୁ ସଂକ୍ରମଣ ବଢିବାର ସମ୍ଭାବନା କୁ ଏଡାଇ ଦିଆଯାଇପାରିବ ନାହିଁ l ଏପଟେ ପ୍ରତିଦିନ ସଂକ୍ରମଣ ର ମୃତ୍ୟ ହାର ରେ ବ୍ରେକ ଲାଗୁନି l ସଂକ୍ରମଣ ହାର ମଧ୍ୟ 13,000 ତଳକୁ ଖସୁନି l ଏପଟେ କାନପୁର ବିଶେଷଜ୍ଞ ଆକଳନ ଆସୁଥିବା ହୋଲି କୁ ତଥା ପର୍ବପର୍ବାଣୀ କୁ ଫିକା ପକାଇ ଦେଇପାରେ

Leave a Reply

Your email address will not be published. Required fields are marked *