କୁକୁରର ରକ୍ତ ପିଇଗଲେ ପାଞ୍ଚ ଜଣ ଶିଶୁ

 

ବିଭିନ୍ନ ପୂଜା ପର୍ବାଣୀରେ ଦେବାଦେବୀଙ୍କ ପାଖରେ ବଳି ପଡିଥାଏ। ବହୁ ପୂର୍ବରୁ ଏ କଳୁଷିତ ପରମ୍ପରା ଏବେ ବି ଚାଲୁ ରହିଛି। ବଳି କୁସଂସ୍କାରର ବଶବର୍ତ୍ତୀ ହୋଇ ଅନେକ ନିରୀହ ଜୀବଜନ୍ତୁ ଏମିତିକି ଛୋଟ ଛୁଆଙ୍କ ବଳି ମଧ୍ୟ ଦିଆଯାଉଥିବା ନଜର ରହିଛି। ଯାହାର କୁପ୍ରଭାବ ଏବେ ଛୋଟ ଛୋଟ ପିଲାମାନଙ୍କ ଉପରେ ପଡୁଛି। ଠିକ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ସଦର ବ୍ଲକ ପଣ୍ଡରାପିଟା ଗାଁରେ। ଗୋଟିଏ କୁକୁର ଛୁଆକୁ ବଳି ଦେଇ ପରେ ତାହାର ରକ୍ତ ପିଇ ଦେଇଛନ୍ତି ଏହି ପାଞ୍ଚ ଜଣ ଶିଶୁ। ଏହି ଗ୍ରାମର ପାଞ୍ଚ ଜଣ ଶିଶୁ ଦେବୀ ପୂଜା କରି ବଳି ଚଢ଼ାଇବାର ଖେଳ ଖେଳିଥିଲେ । ସୂଚନା ଅନୁଯାୟୀ ପଣ୍ଡରାପିଟା ଗ୍ରାମରେ ପାଟଖଣ୍ଡ ଯାତ୍ରା ହୋଇଥାଏ ଏବଂ ଏହି ଯାତ୍ରା ସମୟରେ ବଳି ପଡିଥାଏ । ତେବେ ଏହି ବଳି ଯାତ୍ରା ଦେଖି ପିଲା ମାନେ ପ୍ରଭାବିତ ହୋଇଥିବା ଅନୁମାନ କରାଯାଉଛି । 7 ରୁ 8 ବର୍ଷର 5 ଜଣ ପିଲା ଏକାଠି ହୋଇ ଯାତ୍ରାରେ ଦେହୁରୀ ଅଥବା ବରୁଆ ମାନେ ଯେପରି ପୂଜାର୍ଚନା ଓ ବଳି ଅର୍ପଣ କରନ୍ତି ଠିକ ସେହିଭଳି ଖେଳ ଖେଳିଥିଲେ ଏହି ପାଞ୍ଚ ଶିଶୁ । ପାଖରେ ବୁଲୁଥିବା ଏକ କୁକୁର ଛୁଆକୁ ଆଣି ଫୁଲମାଳ, ଧୂପ, ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ । ପୂଜା ପରେ ସେହି କୁକୁର ଛୁଆକୁ ମାରି ବରୁଆ ମାନଙ୍କ ଶୈଳୀରେ ରକ୍ତ ପେଇଯାଇଥିଲେ । ତେବେ ଗାଁ ଲୋକଙ୍କ ଠାରୁ ପରିବାର ଲୋକେ ଜାଣିବା ପରେ ସଂଗେ ସଂଗେ ସେମାନଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସତ ହେଉଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି ।

 

Leave a Reply

Your email address will not be published. Required fields are marked *