ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଲାଗି ଦୂରଦର୍ଶନ ରେ ଶିକ୍ଷା ଦର୍ପଣ କାର୍ଯ୍ୟକ୍ରମ

କରୋନା ସଂକ୍ରମଣ ହାର ଦିନ କୁଦିନ ନିମ୍ନଗାମୀ ହେଉଥିବାରୁ ସମସ୍ତ ସ୍କୁଲ କଲେଜ ଗୁଡିକ ଖୋଲା ଯାଇଛିl ପ୍ରଥମେ ଅଷ୍ଟମ ,ନବମ ,ଦଶମ ରେ ଶ୍ରେଣୀଗୃହ ଶିକ୍ଷା ଦାନ କରାଯାଉଥିଲା ପରେ ସ୍ଥିତି ଆୟତ୍ତଧୀନ ହେବାରୁ ପଯ୍ୟାୟ କ୍ରମିକ ଭାବରେ ପ୍ରଥମ ରୁ ସପ୍ତମ ଶ୍ରେଣୀଗୃହ ଶିକ୍ଷା ଦାନ କରାଯାଉଛି l ଦୀର୍ଘ 2 ବର୍ଷ ଧରି ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ରୂପେ ଭୁଶୁଡି ପଡିଥିବା ବେଳେ ଅନଲାଇନ ରେ ପାଠପଢା ଆରମ୍ଭ ହୋଇଥିଲା l ପିଲା ଙ୍କ ପାଇଁ ସ୍କୁଲ ଖୋଲିଥିଲେ ମଧ୍ୟ ଉଭୟ ଅଫଲାଇନ ଓ ଅନଲାଇନ ରେ ପିଲା ଙ୍କ ପାଠ ପଢା ଜାରି ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସମସ୍ତ ନିର୍ଦେଶାଳୟ କୁ ନିର୍ଦେଶ ଦେଇଛି l

ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିଥିଲେ ମଧ୍ୟ ସରକାର ପୂର୍ବ ପରି ଅନଲାଇନ ଏବଂ ଅଫଲାଇନ ରେ ଶିକ୍ଷା ଦାନ ପ୍ରକ୍ରିୟା ଜାରିରଖିବେ l ଦୂରଦର୍ଶନ ରେ ଭିଡି଼ଓ ପ୍ରସାରଣ ହେବ ମାର୍ଚ୍ଚ 1 ରୁ 31 ଯାଏ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଲାଗି ଦୂରଦର୍ଶନ ଶିକ୍ଷା ଦର୍ପଣ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ l ଓସେପା ଏଇ ନେଇ ଚିଠି ଲେଖିଛନ୍ତି ଭୁବେନେଶ୍ୱର ଦୂରଦର୍ଶନ କେନ୍ଦ୍ର ର ନିର୍ଦେଶଙ୍କୁ l ତା ସହ ସମସ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ମଧ୍ୟ ଜଣାଇ ଦିଆଯାଇଛି l ଭିଡିଓ ପ୍ରସାରଣ କାର୍ଯ୍ୟକ୍ରମ 9 ଟା ରୁ 10 ଟା ପଯ୍ୟନ୍ତ ହେବ ବୋଲି ଓସେପା କହିଛନ୍ତି l

Leave a Reply

Your email address will not be published. Required fields are marked *