ବିପୁଳ ପରିମାଣରେ ଚନ୍ଦନ କାଠ ଜବତ I

କନ୍ଧମାଳ ସାରଙ୍ଗଡ ଥାନା ଅନ୍ତର୍ଗତ ଗାନ୍ଧ୍ରିଗାଁ ପଞ୍ଚାୟତର ଡକମ୍ବା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ଘର ପଛପଟେ ଥିବା ଚନ୍ଦନ ଗଛକୁ ଚାରି ଜଣ ଦୁର୍ବୃତ୍ତ କାଟୁଥିଲେ । ସେ ଚାରି ଜଣ ହେଲେ ରାଇକିଆ ଥାନାର ସିସାପାଙ୍ଗା ଗ୍ରାମର ଅଭୟ ଦିଗାଲ (୨୧),ଜଗନ ପ୍ରଧାନ, ଲାମ୍ବୁଙ୍ଗିଆ ଗ୍ରାମର ନାରାୟଣ ପ୍ରଧାନ ଓ ଆଦିତ୍ୟ ନାୟକ । ସେମାନେ କାଟିଥିବା ଚନ୍ଦନ କାଠ ନେବା ସମୟରେ ଗ୍ରାମବାସୀ କାବୁ କରିଥିଲେ। ସେଠାକାର ଗ୍ରାମ ରକ୍ଷୀ ସାରଙ୍ଗଡ ଥାନା କୁ ଖବର ଦେଇ ଥିଲେ । ଖବର ପାଇଁ ସାରଙ୍ଗଡ ଥାନା ଅଧିକାରୀ ବଧୁଲେଖା ବିଶ୍ୱାଳ, ଏସଆଇ କୃଷ୍ଣ ଚନ୍ଦ୍ର ଗୈାଡ, ଏଏସଆଇ ଜି. ଗଣପତି ରେଡି ଓ କେଶବ ଭାଦ୍ରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିବା ସହ କାଠ ଓ ବାଇକ ଜବତ କରିଥିଲେ । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୫୦୦୦୦ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି । ପୂର୍ବରୁ ଏହି ଦୁବୃର୍ତ୍ତ ମାନେ ବିଭିନ୍ନ ସ୍ଥାନରୁ ପ୍ରାୟ ୧୦୮ ଖଣ୍ଡ ଚନ୍ଦନ କାଠ ଚୋରି କରିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ସେମାନଙ୍କ ନାମରେ ଆଇପିସି ଧାର ୩୭୯/ ୩୪ ଲଗାଇ ୨୪/୨୨ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ସାରଙ୍ଗଡ ପୋଲିସ ।

Leave a Reply

Your email address will not be published. Required fields are marked *