ବ୍ରଜଙ୍କ ଚାଣକ୍ୟ ନୀତି ଆଗରେ ଧମେନ୍ଦ୍ର ଫେଲ୍ :ତାଳଚେର ବିଜେଡ଼ିକୁ ଶକ୍ତି ଯୋଗାଉଛି ବିଜେପି ପ୍ରଧାନ ଶକ୍ତି

ତାଳଚେର : ତାଳଚେରରେ ବିଜେପି କୁ ଚେକ୍ ଦେବା ପାଇଁ ବିଜେଡି କିଭଳି ଚାଲାକି ରେ ରାଜନୀତି କରୁଛି ତାର ଟେର ବି ପାଇବା ଭା ଜ ପା ନେତାଙ୍କ ପାଇଁ ମୁସ୍କିଲ । କାରଣ ରାଜନୀତି ଟା ଏଭଳି କାଇଦାରେ ହେଉଛି ଯେ ତାକୁ ବିଜେପି ନେତା ଓ ମିଡିଆ ଧରିବା କାଠିକର ପାଠ । ଆଉ ବିଜେପି ନେତା ଓ କର୍ମୀ ଯେବେ ବୁଝିବେ ସେତେବେଳକୁ ବିଜେଡି ତଳ ଆଡୁ ନାଡ଼ି କାଟି ସାରିଥିବ, ଉପରକୁ ଖାଲି ପଦ୍ମ ପାଖୁଡ଼ା ଥିବ । ବିଜେଡି ର ମୂଖ୍ୟ ଚାଲ୍ ହେଲା, ବିଜେପି ର ଯେଉଁ ନେତାମାନେ ନିଜ ନିଜର କ୍ଷମତା କେନ୍ଦ୍ର ବୃଦ୍ଧି ପାଇଁ ଭିତିରିଆ ରାଜନୀତି କରୁଛନ୍ତି ସେମାନଙ୍କ ଭିତରେ କ୍ଷମତା ବା ପତିଆରା କନ୍ଦଳ ଲଢ଼ଇକୁ ତୀବ୍ରତର କରିବା ଏବଂ ବିଜେପି ନେତାଙ୍କ ପରସ୍ପର ପ୍ରତି ଭିତରେ ଅବିଶ୍ୱାସ ଓ ସନ୍ଦେହ କୁ ଯେତେ ସମ୍ଭବ ବଢେଇ ଚାଲିବା । ବିଜେଡି ର ଏହି ଚାଲ୍ ନୂଆ ନୁହଁ, ବିଜେପି ନେତା ଓ କର୍ମୀ ନବୀନ ସରକାର ସହ ଲଢ଼ି ଲହୁ ଲୁହାଣ ହେଉଥିବା ବେଳେ କେନ୍ଦ୍ର ନେତା ଓ ସରକାର ବିଜେଡି ଠୁ ସମର୍ଥନ ନେବା ।ଏବର ନୂଆ ଖେଳ ଟି ହେଉଛି, ବିଜେପି ରେ ପତିଆରାରେ ଏବେ ଏକ ନମ୍ବର ନେତା କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶସ୍ତି ବାଆଁରେ ବିଜେପି କୁ ବାଣ ମାରିବା । ଆଉ ଏହି ଏପିଶୋଡ ର ଦାୟିତ୍ୱ ନେଇଛନ୍ତି ବିଜେଡି କ୍ୟାଡ଼ରର ପାୱାରଫୁଲ ନେତା । ଯୋଜନାଟି ହେଲା, ବିଜେଡି ପାଇଁ ଭାରତୀୟ ଜନତା ପାର୍ଟି ବୋଇଲେ କେବଳ ଧର୍ମେନ୍ଦ୍ର ପ୍ରଧାନ । ଦଳ ବିଜେପି ର ଆଉ କୌଣସି ନେତାଙ୍କୁ ସ୍ୱୀକାର କରିବାକୁ ରାଜିନୁହଁ । ଏହାର ଉଦ୍ଦେଶ୍ୟ ହେଲା ଖାତିରିଦାରି ରେ ଧର୍ମେନ୍ଦ୍ର ଙ୍କ ଇଗୋ କୁ ବେଲୁନ ଭଳି ଫୁଲେଇ ଦେବା ଓ ଏହା ଆଢ଼ୁଆଳରେ ରାଜ୍ୟ ବିଜେପି କ୍ୟାଡ଼ର ଭିତରେ ନେତୃତ୍ୱ ବାସ୍ତବରେ ମଣ ଚାହୁଁଚି ତାକୁ ନେଇ ସଂଶୟ ସୃଷ୍ଟି କରିବା ।ମଜାର କଥା ହେଲା ସବୁଠି, ବ୍ରଜ ବାବୁ ବାବୁ ପ୍ରାୟ ଧର୍ମେନ୍ଦ୍ର ଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହ, ଧର୍ମେନ୍ଦ୍ର ବାବୁଙ୍କୁ ବିଜେପି ର ଜାତୀୟ ସ୍ତରର ଜଣେ ବରିଷ୍ଠ ନେତା ବୋଲି କହିଛନ୍ତି । ଏହି ସମ୍ବୋଧନ ରାଜନୀତି ଭିତରେ ଯେଉଁ ସନ୍ଦେଶ ଟି ଦେଇଛନ୍ତି ସେଇଟା ହେଲା, ବାବୁ ପ୍ରଧାନ ଏବେ ଓଡ଼ିଶାରେ କିଛି ନୁହଁ, ସିଏ ଏବେ ବିଜେପି ର ଜାତୀୟ ନେତା । ଅର୍ଥାତ୍ ଓଡ଼ିଶା ରାଜନୀତରେ ଧର୍ମେନ୍ଦ୍ରଙ୍କ ର ଏବେ ଖେଳ ଶେଷ । ଆଗକୁ ହେଇପାରେ, କିନ୍ତୁ ୨୦୨୪ ପାଇଁ ଆପାତତଃ ନାହିଁ । ଅନ୍ୟ ଟି ହେଲା, ଏହା ଦ୍ୱାରା ବିଜେପି ଭିତରେ ଧର୍ମେନ୍ଦ୍ରଙ୍କ ର ବିଜେଡି ପ୍ରତି ନରମ ଆଭିମୁଖ୍ୟ କୁ ନେଇ ଯେଉଁ କଳ୍ପନା ଜଳ୍ପନା ଚାଲିଛି ସେଥିରେ ଆଉ ଟିକେ ଘିଅ ଢାଳିବା ।ମଜା କଥା ହେଲା, ଏବେ ବିଜେଡି ର ବଡ ଶକ୍ତି ହେଉଛି ଧର୍ମେନ୍ଦ୍ର ବାବୁ । କାରଣ ଧର୍ମେନ୍ଦ୍ର ଙ୍କ ପାଖରୁ ପଦୁଟିଏ ବି ଏ ନେଇ ବାରଣ ନାହିଁ, ବରଂ ସମ୍ମତି ।ଅନେକ ଏହା ବି କହିଛନ୍ତି କି ଧର୍ମେନ୍ଦ୍ର କୁଆଡେ ଭିତିରିଆ ସମ୍ମତି ବିଜେଡି କୁ ଦେଇ ଦେଇଛନ୍ତି । ବିଜେପି ର କିଛି ନେତାଙ୍କ କହିବା କଥା ଯେ, ଧର୍ମେନ୍ଦ୍ରଙ୍କୁ ଓଡିଶା ୟୁନିଟରେ ଦଖଲ ନ ଦେବାକୁ କେନ୍ଦ୍ରୀୟ ନେତୃତ୍ୱ ବାରଣ କରିବା ପରେ ଏବେ ପ୍ରଧାନ ଙ୍କ ର ଯୋଜନା ହେଲା ‘ ମୁଁ ହେଇପାରିଲିନି ତ ଆଉ କାହାକୁ ହେବାକୁ ଦେବିନି’ ।

Leave a Reply

Your email address will not be published. Required fields are marked *