ଜିଲ୍ଲା ଅବକରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ; ବିପୁଳ ପରିମାଣର ଦେଶୀ ମଦ ଜବତ , ୬ ଗିରଫ ସମେତ ଗୋଟିଏ ମାରୋତି 800 କାର୍ ଜବତ ।

ଆଜି ଜିଲ୍ଲା ଅବକରୀ ବିଭାଗ ର ସଦର ରେଞ୍ଜ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି । ଘଟଣାରୁ ପ୍ରକାଶ ଯେ ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା , ଏହି ଚଢ଼ାଉ ବେଳେ ଗୋଟିଏ ମାରୋତି କାର୍ ସମେତ ଅବକରୀ ପୋଲିସ ୫ ଟି ମାମଲା ରୁଜୁ କରି ୬ ଜଣଙ୍କୁ ଗିରଫ କରିଛି । ତେବେ ଏହି ମାମଲାରେ ଅନୁଗୋଳ ସଦର ଥାନା ଅଞ୍ଚଳ ର ରମାକାନ୍ତ ଗୋଛାୟତ , ପୂର୍ଣ୍ଣ ଗୋଛାୟତ , ଜରପଡା ଥାନା ଅଞ୍ଚଳର ଅଜୟ ସେଠି , ବନ୍ତଳା ଥାନା ଅଞ୍ଚଳର କୁଳମଣି ବେହେରା , ଜରପଡା ଥାନା ଅଞ୍ଚଳର ରମେଶ ଚନ୍ଦ୍ର ବେହେରା ଓ ବିଚିତ୍ର ମାହାର ଙ୍କ ଠାରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଅନୁଗୁଳ ରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *