ସାନଭାଇର ବେକରେ କଟୁରୀ ପୁରାଇଦେଲା ବଡଭାଇ।

ଜନ୍ମିତ ମାଆଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ବଡଭାଇକୁ ପ୍ରତିବାଦ କରିବାରୁ ସାନଭାଇର ବେକରେ କଟୁରୀ ପୁରାଇଦେଲା ବଡଭାଇ।ଗୁରୁତର ଅବସ୍ଥାରେ ସାନଭାଇ ମେଡିକାଲରେ ଭର୍ତ୍ତି।ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କନକପୁର ଫାଣ୍ଡି ଅଧିନ କନକପୁର ଗ୍ରାମରେ।କନକପୁର ବଡଚଉରା ଗ୍ରାମର ଲୋକନାଥ ବାରିକ ନିଜ ଜନ୍ମଦେଲା ମାଆକୁ ଅତ୍ୟନ୍ତ କଟୁଭାଷାରେ ଗାଳିଗୁଲଜ କରୁଥିଲେ।ଲୋକନାଥଙ୍କ ସାନଭାଇ ଜଗନ୍ନାଥ ଗାଳିଗୁଲଜର ପ୍ରତିବାଦ କରିବାରୁ ଦୁଇଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।ବଡଭାଇ ଲୋକନାଥ ଏକ ଚୁଟିକଟା କତୁରୀ ସାନଭାଇ ଜଗନ୍ନାଥର ବେକରେ ଭୂଷିଦେଇଥିବା ଅଭିଯୋଗ ହୋଇଛି।ଗୁରୁତର ଅବସ୍ଥାରେ ଜଗନ୍ନାଥ କୁ ୧୦୮ଆମ୍ବୁଲାନ୍ସ ଯୋଗେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ଘଟଣା ସମ୍ପର୍କରେ କନକପୁର ଫାଣ୍ଡିରେ ଅଭିଯୋଗ ହୋଇଛି।ଘଟଣା ପରେ ଅଭିଯୁକ୍ତ ଫେରାର ଥିବା କୁହାଯାଇଛି।

ତିର୍ତ୍ତୋଲରୁ ନିଶାକର ଦାସ, ଫୋକସ ପ୍ଲସ ।

 

Leave a Reply

Your email address will not be published. Required fields are marked *