“ହକୁମ୍ମତ ଯାହାର ବି ହେଉ ସିଷ୍ଟମ ଆମର… ଏବେ ଚର୍ଚ୍ଚାରେ ଚଳଚିତ୍ର ଦି କଶ୍ମୀର ଫାଇଲ

ଦ କାଶ୍ମୀର ଫାଇଲକୁ ନେଇ ସାରା ଦେଶରେ ଚର୍ଚା ଏବେ ଜୋରଦାର ରହିଛି । ଏକ ଐତିହାସିକ ବିଷୟ ବସ୍ତୁକୁ ନେଇ ଆଧାରିତ ଏହି ଚଳଚିତ୍ର ଗତ ୧୨ ତାରିଖରେ ସିନେମା ହଲରେ ରିଲିଜ ହେବା ମାତ୍ରେ ଏହାକୁ ବଡ ସଫଳତା ମିଳିଛି । ଅଭିନେତା ଅନୁପମ ଖେର ଏବଂ ମିଥୁନ ଚକ୍ରବର୍ତି ଭଳି ପ୍ରତିଷ୍ଠିତ ଅଭିନେତା ଏଥିରେ ଅଭିନୟ କରିଥିବା ବେଳେ ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ସବୁ ଖବର କାଗଜ ଓ ନ୍ୟୁଜ ରେ ଏହାର ଚର୍ଚା ଥିବାବେଳେ ଏହାକୁ ନେଇ ନିଜ ପ୍ରତିକ୍ରାୟ ରଖିଛନ୍ତି ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ।

ଗତ ୧୨ ତାରିଖରେ ସିନେମା ହଲରେ ରିଲିଜ ହେବା ମାତ୍ରେ ଏକ ବଡ ସଫଳତା ପାଇଛି ସନିମା ଦ କାଶ୍ମୀର ଫାଇଲ । ପ୍ରଥମ ଦିନରେ ହି ଏହା ୩.୫୫ କୋଟି ଟଙ୍କାର ଜବରଦସ୍ତ ରୋଜଗାର କରିଛି । ନିର୍ମାତା ଅଫିଷେକ୍ ଅଗ୍ରଉାଲ, ପଲ୍ଲବୀ ଯୋଶୀଙ୍କ ଏହି ଚଳଚିତ୍ରର ନିିର୍ଦେଶନା ଦେଇଛନ୍ତି ବିବେକ ଅଗ୍ନିହୋତ୍ରୀ ।

ଦୀର୍ଘ ୪ ବର୍ଷ ହେବା ଏହି ଫିଲ୍ମ ଉପରେ କାମ କରିଥିବା ଅଗ୍ନିହୋତ୍ରୀ କହିଛନ୍ତି ଯେ, ଭାରତ ବଦଳୁଛି । ପୁରୁଣା ପ୍ରତିଷ୍ଠିତ ଆଦେଶ ଗୁଡିକ ତଳକୁ ଆସୁଛି । ଚଳଚ୍ଚିତ୍ରରେ ଆମେ ମଧ୍ୟ, ପ୍ରତିଷ୍ଠା ବିଷୟରେ ଉଲ୍ଲେଖ କରୁ । ଏହି ପିଲ୍ମରେ ଏତେ ପରିମାଣରେ ଟପିକ ଅଛି ଯେ ସେ ଏହି ପ୍ରସଙ୍ଗରେ ଏକ ସିରିଜ୍ ପ୍ରସ୍ତୁତ କରିପାରିବେ । ପଲ୍ଲଭି ଯୋଶୀଙ୍କ ଚରିତ୍ର ଦ୍ୱାରା ଏକ ସଂଳାପ ଅଛି, ଯେଉଁଥିରେ କୁହାଯାଇଛି ଯେ “ ହୁକୁମତ କାହାର ବି ହେଉ, ସିଷ୍ଟମ ତ ଆମର ।
ତାପରେ ସେ ଆହୁରି ମଧ୍ୟ କହିଛନ୍ତି, କିନ୍ତୁ ଏହା ଏବେ ଶେଷ ହେବାକୁ ଯାଉଛି, କାରଣ ବାସ୍ତବତା ଏବଂ ସତ୍ୟ ସାମ୍ନାକୁ ଆସୁଛି । କାଶ୍ମୀର ଫାଇଲ ଏକ ପ୍ରକୃତ ଖାତା । ଏହି ପିଲ୍ମ ପ୍ରକୃତ ଲୋକ ଏବଂ ସେମାନଙ୍କ ଦୁଃଖଦ ଘଟଣା ବିଷୟରେ ରହିଛି । ଏହା ବଲିଉଡ ବିଷୟରେ ନୁହେଁ ବୋଲି ସାଧାରଣରେ ଚର୍ଚା ହେଉଛି । ଖାଲି ସେତିକି ନୁହଁ କଙ୍ଗନା ରଣାଉଅତଙ୍କ ପରି ଚର୍ଚିତ ସେଲିବ୍ରିଟି ଦ କାଶ୍ମୀର ଫାଇଲ୍ସ ଉପରେ ଚୁପ ରହୁଥିବାରୁ ବଲିଉଡରେ ଏବେ ଚର୍ଚା ହେଉଛି ।

Leave a Reply

Your email address will not be published. Required fields are marked *