‘ଦ କାଶ୍ମୀର ଫାଇଲ’ ଫିଲ୍ମ  ଦେଖିବା ପାଇଁ  ସରକାରୀ ଚାକିରିଆଙ୍କୁ ଅଧା ଦିନ ମିଳିବ ଛୁଟି

‘ଦ କାଶ୍ମୀର ଫାଇଲ’ ଫିଲ୍ମ ଦେଖିବା ପାଇଁ ସରକାରୀ ଚାକିରିଆଙ୍କୁ ଅଧା ଦିନ ମିଳିବ ଛୁଟି

ଦିନକୁ ଦିନ ବିଭିନ୍ନ ବାଦ ବିବାଦକୁ ନେଇ ଚର୍ଚ୍ଚାରେ ରହିଛି ବିବେକ ଅଗ୍ନିହୋତ୍ରୀଙ୍କ ପିଲ୍ମ ଦ କାଶ୍ମୀର ଫାଇଲ। କିଛି ରାଜ୍ୟସରକାର ପିଲ୍ମ ଉପରେ ଟିକସ ଛାଡ଼ କରିଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏକ ବଡ ଘୋଷଣା କରିଛନ୍ତି । ଦ କାଶ୍ମୀର ଫାଇଲ ଫିଲ୍ମ ଦେଖିବା ପାଇଁ ସରକାରୀ ଚାକିରିଆଙ୍କୁ ଅଧା ଦିନ ଛୁଟି ମିଳିବ ବୋଲି ସେ ଘୋଷଣାରେ କହିଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ଗୌହାଟୀର ଏକ ଥିଏଟରରେ ଏହି ଫିଲ୍ମଟି ଦେଖିଛନ୍ତି ।

କାଶ୍ମୀର ପଣ୍ଡିତଙ୍କ କାହାଣୀ ଉପରେ ଆଧାରିତ ଦ କାଶ୍ମୀର ଫାଇଲ୍ସକୁ ନେଇ ସାରା ଦେଶରେ ଜୋର ଧରିଛି ଚର୍ଚ୍ଚା ଚରମରେ ପହଞ୍ଚିଛି। ୧୯୯୦ ଦଶକରେ କାଶ୍ମୀର ହିନ୍ଦୁଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ଓ କାଶ୍ମୀର ଛଡିବା ଘଟଣାବଳୀକୁ ନେଇ ପିଲ୍ମରେ ଦର୍ଶାଯାଇଥିବା ବେଳେ ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ ଜମୁଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଫିଲ୍ମକୁ ପ୍ରଶଂସା କରିବା ସହ ଏହାକୁ ଦେଖିବା ଉଚିତ୍ ବୋଲି କହିଛନ୍ତି । ଏହାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏକ ବଡ ଘୋଷଣା କରିଛନ୍ତି ।

ଦ କାଶ୍ମୀର ଫାଇଲ୍ସ ଦେଖିବାକୁ ଚାହୁଁଥିବା ସରକାରୀ କର୍ମଚାରୀମାନେ ଅଧା ଦିନ ଛୁଟି ନେଇ ଚଳଚ୍ଚିତ୍ର ଦେଖିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଶ୍ବଶର୍ମା କହିଛନ୍ତି, ମୁଁ ଖୁସିର ସହ ଏହି ଘୋଷଣା କରୁଛି ଯେ, ଆମର ସମସ୍ତ ସରକାରୀ କର୍ମଚାରୀମାନେ ଦ କାଶ୍ମୀର ଫାଇଲ୍ସ ଦେଖିବା ପାଇଁ ଅଧା ଦିନର ବିଶେଷ ଛୁଟି ପାଇପାରିବେ । ଏଥିପାଇଁ ତାଙ୍କୁ କେବଳ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବାକୁ ହେବ ଏବଂ ପରଦିନ ଅଫିସରେ ଟିକେଟ୍ ଦାଖଲ କରିବାକୁ ପଡିବ ।

କାଶ୍ମୀର ପଣ୍ଡିତଙ୍କ ନରସଂହାର ମାନବିକତା ଉପରେ ଏକ କଳାଦାଗ ବୋଲି ସେ କହିଛନ୍ତି । ସମସ୍ତଙ୍କ ମୁହଁରେ ଏବେ ଗୋଟିଏ ଫିଲ୍ମର ନାଁ ଦ କାଶ୍ମୀର ଫାଇଲ୍ସ ରହିଛି । ଯେପରି ଅଧିକରୁ ଅଧିକ ଦର୍ଶକ ଥିଏଟରରେ ଫିଲ୍ମକୁ ଦେଖିପାରିବେ ସେଥିପାଇଁ କିଛି ରାଜ୍ୟ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି । ରାଜ୍ୟ ସରକାର ଏହି ଫିଲ୍ମର ଟିକେଟ୍ ପାଇଁ ଷ୍ଟେଟ୍ ଜିଏସଟି ନେବେ ନାହିଁ ।

ସେହିଭଳି ମାର୍ଚ୍ଚ ୧୧ ତାରିଖରେ ହରିୟାଣା ସରକାର ଦ କାଶ୍ମୀର ଫାଇଲ୍ସକୁ ରାଜ୍ୟରେ ଟ୍ୟାକ୍ସ ଫ୍ରି ଘୋଷଣା କରିବା ପରେ ଏହାପଛକୁ ଗୁଜୁରାଟ ସରକାର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୋଆ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାର ନିଜ ନିଜ ରାଜ୍ୟରେ ଟ୍ୟାକ୍ସ ଫ୍ରି କରିଛନ୍ତି ।

Leave a Reply

Your email address will not be published. Required fields are marked *