ଏପ୍ରିଲ 28 ରୁ +2 ପରୀକ୍ଷା

ଚଳିତ ବର୍ଷ ର ଯୁକ୍ତ ଦୁଇ ର ଅଫଲାଇନ ପରୀକ୍ଷା ଏପ୍ରିଲ 28 ରୁ ଆରମ୍ଭ ହେବ ଏଥିନିମନ୍ତେ ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି l କଳା ,ବାଣିଜ୍ୟ ,ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ l ଚଳିତ ବର୍ଷରେ ମୋଟ 3 ଲକ୍ଷ 20 ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ l କରୋନା ମହାମାରୀ ଯୋଗୁ 2 ବର୍ଷ ଧରି ଶିକ୍ଷାନୁଷ୍ଠାନ ବନ୍ଧ ହେବା ଯୋଗୁ କୌଣସି ପରୀକ୍ଷା ଅନୁଷ୍ଠିତ ହୋଇପାରିନଥିଲା କିନ୍ତୁ କରୋନାସଂକ୍ରମଣ ଗ୍ରାଫ କମିଯାଇଥିବାରୁ ପିଲାଙ୍କ ଭବିଷ୍ୟତ କୁ ଆଖି ଆଗରେ ରଖି କତୃପକ୍ଷ ଏପରି ନିଷ୍ପତି ନେଇଛନ୍ତି l ଏପଟେ ରାଜ୍ୟରେ ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ କୁ ନଜର ରଖି ଟୀକାଦାନ କରାଯାଉଛି l ତେଣୁ ଅଭିଭାବକ ମନରେ ଯୋଉ ଭୟ ରହୁଥିଲା ତାହା ନିଶ୍ଚିତ ଭାବରେ ଦୂର ହୋଇଛି l ଏବର୍ଷ ପ୍ରବଳ ତାତି ପାଇଁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବାକୁ ନିଷ୍ପତି ନିଆଯାଇଛି l ସକାଳ 9 ଟା ଦୈନିକ ଗୋଟିଏ ସିଟିଂପରୀକ୍ଷା କରାଯିବ କରୋନା ପାଇଁ ଏଥର ପରୀକ୍ଷା ରେ କୋହଳ କରାଯାଇଛି l ପ୍ରାକ୍ଟିକାଲ ପରୀକ୍ଷା ନିଜ ଶିକ୍ଷକ ଙ୍କ ଦ୍ୱାରା କରାଯିବ l ଛାତ୍ରଛାତ୍ରୀ ଙ୍କ ପରୀକ୍ଷା ମୂଲ୍ୟାଙ୍କନ ନେଇ ଦୁଇଟି ଯୋଜନା କରାଯାଇଛି l ବାର୍ଷିକ ପରୀକ୍ଷା ରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମିଳିବ ମାର୍କ ବାର୍ଷିକ ପରୀକ୍ଷାରେ 80 ପ୍ରତିଶତ ଓ କ୍ୱ ଟର ଏଣ୍ଡର 20 ପ୍ରତିଶତ ଅନୁସାରେ ମାର୍କ ଏଇ ଦୁଇଟି ବ୍ୟବସ୍ଥା ରୁ ଯେଉଟିରେ ସର୍ଵାଥିକ ରହିବ ସେଇଟା ଚୂଡାନ୍ତ ହେବ l

Leave a Reply

Your email address will not be published. Required fields are marked *