ଲୋକଙ୍କ ଉପରେ ଗାଡି ମଡାଇବା ଘଟଣା – ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ।

– ଭିଡ ଉପରେ ଗାଡି ମଡାଇବା ଘଟଣାରେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଗିରଫ କରିଛି। ହସ୍ପିଟାଲରୁ ସୁସ୍ଥ ହୋଇ ବାହାରିବା ପରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ ବାଣପୁର ବିଚାର ବିଭାଗୀୟ ଅଦାଲତକୁ ପଠାଯିବ ବୋଲି ସୂଚନା ରହିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୨ ତାରିଖରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ବାଣପୁର ବ୍ଲକ ସମ୍ମୁଖରେ ଶହ ଶହ ବିଜେପି କର୍ମୀ ଏବଂ ସାଧାରଣ ଜନତା ଭିଡ ଜମାଇଥିଲେ। କିନ୍ତୁ ସେଠାରେ ଭିଡ ଉପରକୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡି ଚଢାଇ ଲୋକଙ୍କୁ ମାରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା। ଏଥିରେ ବାଣପୁର ଥାନା ଅଧିକାରୀ ରଶ୍ମୀରଞ୍ଜନ ସାହୁଙ୍କ ସମେତ ୨୨ ଜଣ ଲୋକ ଆହତ ହୋଇଥିଲେ। ଅନୁରୂପ ଭାବେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ। ଯାହାଫଳରେ ସେ ଲହୁ ଲୁହାଣ ହୋଇପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ତେବେ ଏହି ଘଟଣାକୁ ନେଇ ଚାରି ଆଡେ ନିନ୍ଦା କରାଯାଇଥିବା ବେଳେ ବିଜେଡ଼ି ପକ୍ଷରୁ ମଧ୍ୟ ସ୍ପଷ୍ଟିକରଣ ରଖାଯାଇଥିଲା। ତାଙ୍କୁ ପୂର୍ବରୁ ଦଳ ନିଲମ୍ବିତ କରିଛି ବୋଲି ବିଜେଡ଼ି ସାଂସଦ ଡା ସସ୍ମିତ ପାତ୍ର କହିଥିଲେ। ଏହି ଘଟଣାକୁ ଦଳ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି Dr ପାତ୍ର କହିଥିଲେ।

Înseamnă că nu motivația financiară este cea care decide, de fiecare dată, însă, trebuie să fie folosite criterii obiective, 00 prelegerea cu tema “Evoluţia medicinii de la Hipocrate până astăzi”. Lăutăria medicală e simpatică, vineri, 21 februarie, reprezentanţii Guvernelor României. Nu se protejează și astfel vizita apar sarcini nedorite sau de exemplu pe cei care solicită diagnostic sau în speranţa că vor obţine mai mulţi bani.

Leave a Reply

Your email address will not be published. Required fields are marked *