ପ୍ରତକ୍ଷ ଦେବୀ ମା କାଳୀ ବାହୁଡ଼ିଙ୍କ ପରିଭ୍ରମଣ ଯାତ୍ରା ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ତଲାଗା ଗ୍ରାମର ପ୍ରତକ୍ଷ ଦେବୀ ମା କାଳୀ ବାହୁଡ଼ି ଫାଲଗୁନ ମାସ ଶେଷ ଓ ଚଇତ୍ର ମାସର ଆରମ୍ଭରେ ନିଜ ଗ୍ରାମ ତଲାଗା ଠାରୁ ନିଜର ବନ୍ଧୁ ବାନ୍ଧବ ରହିଥିବା ସ୍ଥାନରେ ମା କାଳୀ ବାହୁଡ଼ି ପରିଭ୍ରମଣ କରିଥାନ୍ତି । ସେହି ପରି ଆଜି କାଉଡୋଳା ଗ୍ରାମରେ ବନ୍ଧୁ ବାନ୍ଧବ ଙ୍କ ଘର କୁ ଘର ବୁଲି ପୂଜା ପାଉଥିବା ଦେଖି ବାକୁ ମିଳିଛି । ସତରେ ଏହି ଦେବୀ ପ୍ରତେଖ୍ୟା ହୋଇଥିବାରୁ ନିଜ ବନ୍ଧୁ ବାନ୍ଧବ ମାନେ ପୂଜା ଅର୍ଚ୍ଚନା କରିବା ଦେଖିବାକୁ ମିଳିଥିଲା । ଶେଷରେ ଏହି ଦେବୀ ପ୍ରତେକ ଗ୍ରାମ କୁ ଗ୍ରାମ ପରିଭ୍ରମଣ କରି ନିଜ ତଲାଗା ଗ୍ରାମରେ ଚଇତ୍ର ପର୍ବ ଦିନ ଏହି ଯାତ୍ର ସମାପନ ହୋଇଥାଏ ବୋଲି ଆମ ପ୍ରତିନିଧି ପଚାରିବା ରୁ ପୂଜକ ଓ ଲୋକ ମାନେ ପରି ପ୍ରକାଶ କରିଥିଲେ ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ତ୍ରିଲୋକ୍ୟ ବେସ୍ରା ଫୋକସ୍ ପ୍ଲସ

Leave a Reply

Your email address will not be published. Required fields are marked *