ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ରୋଗୀଙ୍କୁ କିଟ୍ ବଣ୍ଟନ I

ପାତ୍ରପୁର ଗ୍ରାମର ମୂରଲୀ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ପରିବାର ତରଫରୁ ପାତ୍ରପୁର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସତ୍ୟସାଈ ନଂର୍ସି ହୋମ ରେ ଥିବା ରୋଗୀ ମାନଙ୍କୁ ଗ୍ଳୁକୋଜ୍, ବିସ୍କୁଟ, ଏପଲ, କଦଳୀ ପ୍ରମୁଖ ସାମଗ୍ରୀ କିଟ୍ କୁ ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି । ପରିବାରର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୁଅ ତ୍ରିପତି ନାୟକ, ଶଶିଲତା ନାୟକ, ପ୍ରବୀଣ ନାୟକ, ବିଶ୍ବଜିତ ନାୟକ, ବନ୍ଦନ ନାୟକ, ଶଶାଙ୍କ ଶେଖର ନାୟକ ପ୍ରମୁଖଙ୍କ ସହ ଉଭୟ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ । ମୂରଲୀ ଜଣେ ପରୋପକାରୀ, ସ୍ନେହି ସହିତ ଜଣେ ଭଲ ମଣିଷ ଥିଲେ । ତାଙ୍କର ମୃତ୍ୟୁର ପ୍ରଥମ ଶ୍ରାଦ୍ଧ ବାର୍ଷିକି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ମୂରଲୀଙ୍କ ଗୁଣଗାନ କରିଥିଲେ ।

ପାତ୍ରପୁର ରୁ ମାଧବ ବାଡତ୍ୟା ଙ୍କ ରିପୋର୍ଟ।

 

Leave a Reply

Your email address will not be published. Required fields are marked *