ଆଉ 6 ମାସ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା l ଆସନ୍ତା ସେପ୍ଟେମ୍ବର 2022 ପଯ୍ୟନ୍ତ ଏହି ଯୋଜନା ର ଅବଧି କୁ ବୁଦ୍ଧି କରିଛନ୍ତି କେନ୍ଦ୍ରସରକାର l ଏ ନେଇ କେନ୍ଦ୍ର କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରାଳୟ ନିଷ୍ପତି ନେଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ଏ ନେଇ ଟୁଇଟ କରିଛନ୍ତି l ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ରେ ପ୍ରତେକ ପରିବାର ମୁଣ୍ଡ ପିଛା 5 କେଜିର ମାଗଣା ରେ ରାସନ ପ୍ରଦାନ କରାଯାଉଛି l ଦେଶ ର ପାଖାପାଖି 80 କୋଟିରୁ ଅଧିକ ଲୋକ ଏଥିରେ ଉପକୃତ ହେଉଛି l ଏହି ପଞ୍ଚମ ପର୍ଯ୍ୟାୟ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଥିବା ବେଳେ ଏହାର ଅବଧି ବୁଦ୍ଧି କରାଯାଇଅଛି l କରୋନା ମହାମାରୀ ପାଇଁ ଗରିବ ଲୋକ ସ୍ୱାର୍ଥ ଦୁଷ୍ଟି ରୁ 2020 ଏପ୍ରିଲ ମାସ ରେ ଏହି ଯୋଜନା କେନ୍ଦ୍ର ଆରମ୍ଭ କରିଥିଲେ l
PMGKAY କୁ ବିଶ୍ୱ ର ସର୍ବବୃହତ ଖାଦ୍ୟ ନିରାପତ୍ତା ଯୋଜନା ବୋଲି କୁହାଯାଉଥିବା ବେଳେ ଆସନ୍ତା 6 ମାସ ଲାଗି
ସରକାର ଙ୍କୁ ଏବାବଦ କୁ 80 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ