2 ବର୍ଷର ବ୍ୟବଧାନ ପରେ ଆଜିଠାରୁ ଆନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବ ଭାରତ |

କରୋନା ମହାମାରୀ ଦ୍ୱାରା ଦୁଇ ବର୍ଷର ବ୍ୟବଧାନ ପରେ ଭାରତ ମାର୍ଚ୍ଚ 27 ରୁ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବ। ସର୍ବଭାରତୀୟ ସ୍ତରରେ ଟୀକାକରଣ କଭରେଜକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି।ଏଥି ସହ ବିମାନ ବନ୍ଦର ଏବଂ ବିମାନ ଉଡାଣ ରେ କୋଭିଡି ନିୟମ କୁ କୋହଳ କରାଯାଇଛି l ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ର ନୂତନ ନିୟମ ଅନୁଯାଇ ,କ୍ୟାବିନ କୁ ସଦସ୍ୟମାନେ ବ୍ୟକ୍ତିଗତ ସାମ୍ରଗୀ (ପିପିଏ ) କିଟ ପିନ୍ଧିବା ଆବଶ୍ୟକ ନାହିଁ ଏବଂ ଆବଶ୍ୟକ ସ୍ଥଳେ ବିମାନବନ୍ଦରରେ ସୁରକ୍ଷା କର୍ମୀମାନେ ଯାତ୍ରୀଙ୍କ ଯାଞ୍ଚ ଆରମ୍ଭ କରିପାରିବେl ତେବେ କେନ୍ଦ୍ର ସରକାର କହିଛି ଯେ ବିମାନବନ୍ଦରରେ ଏବଂ ବିମାନ ଉଡ଼ାଣ ସମୟରେ ଫେସ ମାସ୍କ ପିନ୍ଧିବା ଏବଂ ହାତର ସ୍ୱଚ୍ଛତା /ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକl

Leave a Reply

Your email address will not be published. Required fields are marked *