ଗୁଡହାଣ୍ଡି ଡୋକରୀଚଞ୍ଚରାରେ ମେଗା ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗୁଡହାଣ୍ଡି ଡୋକରୀଚଞ୍ଚରା ପର୍ଯ୍ୟଟନସ୍ଥଳୀ ଠାରେ ପଞ୍ଚାୟତ ସମିତି ଡିଗ୍ରୀ କଲେଜ କୋକସରା ଏବଂ ନେହେରୁ ଯୁବକସଂଘ ସହ ଅନୁବନ୍ଧିତ ୬ଗୋଟି ଏନ୍ ଜି ଓ ସଂସ୍ଥା ପକ୍ଷରୁ ମିଳିତ ଭାବରେ ମେଗା ସ୍ଵଚ୍ଛତା କାର୍ଯ୍ୟକ୍ରମ ପାଳନ ହୋଇଯାଇଛି। ପର୍ଯ୍ୟଟନ ସ୍ଥଳୀ ର ସମସ୍ତ ସ୍ଥାନରେ ସଫେଇ କାର୍ଯ୍ୟ କରାଯିବା ସହ ପର୍ଯ୍ୟଟକ ମାନଙ୍କୁ ସ୍ଵଚ୍ଛତା ର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଏନ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ଅଏରୀ ନାଶନ ଚିନ୍ଦା ଏବଂ ଦୁର୍ମାନ୍ୟ ସବର,ଗୋଳାପ ନାଏକ,ଚରଣ ସିଂ ବାଗ ସମେତ ଯୁବ ରେଡକ୍ରସ୍ କାଉନସିଲର ସୁବ୍ରତ କୁମାର ବେହେରା,ଗୁଣାକାର ପଣ୍ଡା,ପୁଷ୍ପରାଜ ମେହେର, ଜିତେନ୍ଦ୍ର ପ୍ରଧାନୀ,ପ୍ରତାପ ବିଶି,ସୁନିଲ କୁମାର ପ୍ରଧାନୀ,ତପନ ବିଶି, ଏବଂ ଶତାଧିକ ଛାତ୍ରଛାତ୍ରୀ ସମେତ ମାଁ ମାଉଚି କ୍ଳବ କୁମୁଡାମୁଣ୍ଡା, ନେହେରୁ ଯୁବକସଂଘ ବଙ୍ଗୋମୁଣ୍ଡା,ଦନ୍ତେଶ୍ଵରୀ କ୍ଳବ ଗମ୍ଭାରୀଗୁଡା,କଳ୍ପ ସାଂସ୍କୃତିକ ଅନୁଷ୍ଠାନ ଛିଳପାମାଳ, ଏବଂ ଶିଉନି ଗ୍ରାମର ୫୦ରୁ ଉର୍ଦ୍ଧ୍ବ ଜନସ୍ଵେଚ୍ଛାସେବୀ ସଫେଇ କାର୍ଯ୍ୟ କରିଥିଲେ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ତ୍ରିଲୋକ୍ୟ ବେଶ୍ରା ଫୋକସ୍ ପ୍ଲସ

Leave a Reply

Your email address will not be published. Required fields are marked *