ସୁରତ ରେ ଓଡ଼ିଆ ଯୁବକଙ୍କୁ  ହତ୍ୟା।

ସୁରତ ରେ ଓଡ଼ିଆ ଯୁବକଙ୍କୁ ହତ୍ୟା।

ଫୋକସ ପ୍ଲସ 22/5/22 (ଗଞ୍ଜାମ): ଗଞ୍ଜାମ ଭଞ୍ଜନଗର ଥାନା ବଡକୋଦଣ୍ଡା ତଳ ସାହିର ବାସିନ୍ଦା ରବୀନ୍ଦ୍ର ସ୍ୱାଇଁ ଗତ ଅଗଷ୍ଟ ମାସରେ ସୁତାକଳରେ କାମ କରିବାକୁ ସୁରତ ଯାଇଥିଲେ। ଗତକାଲି ତାଙ୍କ ମୃତଦେହ ଠାବ ହୋଇଥିବା ପରିବାର ଲୋକଙ୍କୁ ଖବର ଦେଇଛି ସୁରତ ପୋଲିସ। ପରିବାର ଲୋକେ ରବିନ୍ଦ୍ରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।ସୂଚନା ମୁତାବକ ଗତ 13 ତାରିଖରେ ରବିନ୍ଦ୍ରଙ୍କ ଶାଳି ବାହାଘର ଥିବାରୁ ସେ ଭୁବନେଶ୍ୱର ଆସିବାର ଥିଲା । କିନ୍ତୁ କୌଣସି କାରଣରୁ ସେ ଆସିପାରିନଥିଲେ। ଚାରିଦିନ ହେଲା ରବିନ୍ଦ୍ରଙ୍କୁ ମୋବାଇଲ ଯୋଗେ ଯୋଗା ଯୋଗ କରିପାରିନଥିଲେ ।ଗତକାଲି ରାତିରେ ସୁରତ ପୋଲିସ ଠାରୁ ରବିନ୍ଦ୍ରଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।ଅନ୍ୟପଟେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ହତ୍ୟା କରାଯାଇଥିବା ଅନୁମାନକରୁଛି ପୋଲିସ। ସୂଚନା ମୁତାବକ ମୃତ ଦେହ ନିକଟରେ ରକ୍ତ ବା କିଛି ଜିନିଷ ପଡି ନଥିବାରୁ ଅନ୍ୟ କେଉଁଠି ହତ୍ୟା କରି ଜଙ୍ଗଲରେ ପିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ପୋଲିସ ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *