ଭୁଷୁଡିପଡିଲା ଆଦର୍ଶ ବିଦ୍ୟାଳୟ ପାଚେରୀ

ଭୁଷୁଡିପଡିଲା ଆଦର୍ଶ ବିଦ୍ୟାଳୟ ପାଚେରୀ

ଫୋକସ ପ୍ଲସ 26/5/22(ବ୍ରହ୍ମଗିରି): ଶିକ୍ଷାରବିକାଶ ପାଇଁ ରାଜ୍ୟ ସରକାର ରାଜ୍ୟରେ ଛାତ୍ରଛାତ୍ରୀ ଙ୍କ ବିକାଶ ପାଇଁ ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ମାନ ଘୋଷଣା କଲେ ।ଛାତ୍ର ଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ଫାଇବ ଟି ସଚିବ ଙ୍କୁ ଦାଇତ୍ୱ ଦେଲେ ।ପ୍ରତ୍ୟେକ ଜିଲ୍ଲା ର ଜିଲ୍ଲା ପାଳମାନେ ଆଦର୍ଶ ବିଦ୍ୟାଳୟ କୁ ଘନଘନ ପରିଦର୍ଶନ କଲେ। ହେଲେ ଏମାନଙ୍କୁ ବେଖାତିରୀ କରୀ କିଭଳି ଠକିଦେଲେ ବ୍ଲକ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଦିନଦିଇପ୍ରହରେ ଆଖିରେ ଅନ୍ଧପୁଟୁଳି ବାନ୍ଧି କିଭଳି ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା ମିଲିଭଗତରେ ସ୍ଥାନୀୟ ପୁର୍ବ ତନ ସରପଞ୍ଚ ମନମୋହନ ସାହୁ ଆଉ ସ୍ଥାନୀୟ ପ୍ରସାଶନିକ ଅଧିକାରୀ ମାନେ ଲୁଟିଲେ ଟଙ୍କା। ଭଲଭାବରେ ଟିକିଏ ନଜର ପକାନ୍ତୁ ଏହି ଚିତ୍ରକୁ।ଏ ହେଉଛି ପୁରୀ ଜିଲ୍ଲା କୁସୁବେଣ୍ଟି ଗ୍ରାମ ପଞ୍ଚୟତ ରେ ତିଆରି ହୋଇଥିବା ରାଧାମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ।ଦେଖନ୍ତୁ କିବଳି ଚାଲିଛି ଏଠି କାର୍ଯ୍ୟ।କିଭଳି ଭୁଶୁଡି ପଡ଼ିଛି ମୂଳରୁ ପାଚେରୀ ଫାଟିପଡୁଛି ଆଦର୍ଶ ବିଦ୍ୟାଳୟ କୋଠାର କାନ୍ଥ ଚାଇନା ପ୍ଲେଟକୁ ଚାପି ରଖୁଛି ଇଟା କୋଟିକୋଟି ଟଙ୍କାରେ ନିର୍ମାଣ ହୋଇଥିବା ଚିକଣ ଚାକଣ କୋଠା ଫାଟି ଆଁ କଲାଣି ଆଉ ଖେଳ ପଡିଆ କଥା ନକହିଲେ ଭଲ।ଛାତ୍ର ଛାତ୍ରୀଙ୍କ ସାଇକେଲ ରଖିବାକୁ ଷ୍ଟାଣ୍ଡ ଟିଏ ନାହିଁ।ଆଉଟିକେ ନଜର ପକାନ୍ତୁ ଏହି ଚଟାଣ ଉପରେ ଚିକଣିଆ ଟାଇଲି ପକାଇ ଦେଇ ଆଦର୍ଶ ବିଦ୍ୟାଳୟ ର ଡିଣ୍ଡିମ ପିଟୁଛନ୍ତି ଏ ରାଜ୍ୟ ର ରାଜ୍ୟ ସରକାର ।ଏଠି ପ୍ରଶ୍ନ ଉଠୁଛି ଏ ସମ୍ପୃନ କାର୍ଯ୍ୟ ଉପରେ ସ୍ଥାନୀୟ ପ୍ରଶାସନ ଓ ପୂର୍ବତନ ସରପଞ୍ଚ ମନମୋହନ ସାହୁ ନେତୃତରେ ହୋଥିବା କାର୍ଯ୍ୟକୁ କିଭଳି ଲୁଟ ହୋଇଛି ତାହା ଦେଖନ୍ତୁ। ବାଡ ଯଦି ଫସଲ ଖାଏ ଦୋଷ କାହାକୁ ଦେବା ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *