ଟାଙ୍କିରେ ମିଳୁନି ତେଲ

ଟାଙ୍କିରେ ମିଳୁନି ତେଲ

ଫୋକସ ପ୍ଲସ (ସିମୁଳିଆ )୨୦/୦୬/୨୨: ଆମେ ଶ୍ରୀଲଙ୍କା କଥା କହୁନୁ,ଆମେ କହୁଚୁ ଓଡିଶା କଥା , ଯେଉଁଠି ସ୍ଥାନେ ସ୍ଥାନେ ଡିଜେଲ ଆଉ ପେଟ୍ରୋଲର ଅଭାବ ଲୋକଙ୍କ ଚିନ୍ତା ବଢ଼ାଇଛି। ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ରେ ୩ଟି ପେଟ୍ରୋଲ ପମ୍ପ ମଧ୍ୟରୁ କାଁ ଭାଁ ଗୋଟିଏ ବି ପେଟ୍ରୋଲ ପମ୍ପରେ ପେଟ୍ରୋଲ ନାହିଁ । ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ । ଟାଣ ଖରାରେଧାଡିରେ ଠିଆ ହୋଇଛନ୍ତି ବାଇକ୍ ଆରୋହି । ଦୀର୍ଘ ସମୟ ଧରି ଅପେକ୍ଷା କରି କାରି ଶେଷରେ ହତାଶ ହୋଇ ଫେରୁଛନ୍ତି ଲୋକେ । ଆଉ କାର ପାଇଁ ଦିଆଯାଉଛି 4 ଲିଟର ତେଲ ଡିଜେଲ । ସେ ପେଟ୍ରୋଲ ହେଉ ବା ଡିଜେଲ ।ଗଞ୍ଜାମ ଜିଲ୍ଲାରେ ପେଟ୍ରୋଲ-ଡିଜେଲକୁ ନେଇ ଏଭଳି ପରିସ୍ଥିତି ଉପୁଜିଛି । ଦିଗପହଣ୍ଡି ମଦ କାଉଣ୍ଟର ରେ ମଦ ର କେବେ ବି ଅଭାବ ନାହିଁ କିନ୍ତୁ ପେଟ୍ରୋଲ ର ଘୋର ଅଭାବ। ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲର କୃତ୍ରିମ ଅଭାବ ଦେଖାଦେଇଛି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ ୩ଟି ପେଟ୍ରୋଲ ପମ୍ପ ରହିିଛି । ଏବେ ତେଲ ଅଭାବରୁ ୨ଟି ପେଟ୍ରୋଲ ପମ୍ପ ସଂପୂର୍ଣ୍ଣ ବନ୍ଦ ରହିଛି । ତେଣୁ ଗୋଟିଏ ପେଟ୍ରୋଲ ପମ୍ପ ଖୋଲା ଅଛି, ସେଠାରେ ଗ୍ରାହକଙ୍କ ଭିଡ ଲାଗିଛି ।ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ବୃଦ୍ଧି ଓ ତୈଳ ଉତ୍ପାଦନରେ ହ୍ରାସ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଡିପୋରେ ନଗଦ ଟଙ୍କା ନଦେଲେ ତେଲ ମିଳୁନାହିଁ । ଆଇଓସିଏଲ, ବିପିସିଏଲ୍ ଓ ଏଚପିସିଏଲ୍ ଯଥାକ୍ରମେ ଖୋର୍ଦ୍ଧା ଜଟଣୀ, ପାରାଦୀପ ଓ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସହରରୁ ତେଲ ରପ୍ତାନୀ ହୋଇଥାଏ । ନଗଦ ଟଙ୍କା ଦେଇ ବ୍ୟାରେଲ ବ୍ୟାରେଲ ତେଲ ଉଠାଇବାକୁ ପଡୁଛି, ତେଣୁ ଗ୍ରାହକଙ୍କ ଚାହିଦା ମୁତାବକ ତେଲ ଯୋଗାଇ ହେଉନଥିବା ପେଟ୍ରୋଲ ପମ୍ପ ମାଲିକମାନେ କହିଛନ୍ତି ।

ଦିଗପହଣ୍ଡି ରୁ ହରି ରେଡ୍ଡୀ ଫୋକସ ପ୍ଲସ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *