ଦେଶର ଶାନ୍ତି ସ°ହତି ପାଇଁ ବାକ୍ ସ°ଯମତା ଜରୁରୀ

ଦେଶର ଶାନ୍ତି ସ°ହତି ପାଇଁ ବାକ୍ ସ°ଯମତା ଜରୁରୀ

ଫୋକସ ପ୍ଲସ (ବ୍ୟୁରୋ) ୦୩/୦୭/୨୦୨୨: କାହାର ମତାମତ ଯେତେ ବ୍ୟକ୍ତିଗତ ହେଲେ ମଧ୍ୟ ତାହା ଯଦି ଦେଶର ଶାନ୍ତି ଓ ସୈ।ହାର୍ଦ୍ୟର ହନନ କରିବାର କାରଣ ହେଉଥାଏ, ତେବେ ତାହା ବର୍ଜନୀୟ ହେବା ଜରୁରୀ। ଦଳମତ ତଥା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଜନ ପ୍ରତିନିଧି ମାନେ ଏ ଦେଶର ସମ୍ବିଧାନ ପ୍ରଣୀତ ଧର୍ମନିରପେକ୍ଷ ନୀତିକୁ ସମ୍ମାନ ଜଣାଇ କୈାଣସି ପ୍ର°ସଙ୍ଗରେ ନିଜର ଅଭିଭାଷଣ ପ୍ରଦାନ କରୁଥିବା ବେଳେ ନିହାତି ବାକ୍ୟ ସଞ୍ଜମତା ପ୍ରଦର୍ଶନ କରିବା ବିଧେୟ। ହେଲେ ସା°ପ୍ରତିକ ସମୟରେ ଆମ ଦେଶର ଜନ ପ୍ରତିନିଧି ତଥା ବିଭିନ୍ନ ରାଜନେତା କଥା କଥା ରେ ଉତ୍ତେଜନା ପ୍ରବଣତା ବଶତଃ ବ୍ୟକ୍ତିଗତ ସ୍ତରକୁ ଚାଲିଯାଇ ଧାର୍ମିକ ପ୍ରସ°ଗରେ ଏକପାଖିଆ ପ୍ରତିକ୍ରିୟା ରଖି ଦିଅନ୍ତି। ସା°ପ୍ରଦାୟିକ ଇସ୍ୟୂକାରୀମାନେ ଏହାର ସୁଯୋଗ ନେଇ ଉଭୟ ରାଜନୈତିକ ଓ ଧାର୍ମିକ ସ୍ତରରେ କଥାଟିକୁ ତେଜି ଅଯଥା କଦର୍ଥ କରିବାକୁ ପଛେଇ ନଥାନ୍ତି। ଏହାକୁ ଆମେ ସମସ୍ତେ ସତର୍କ ରହି ବାକ୍ୟ ସଞ୍ଜୀବ ହେବା ବିଧେୟ।
ସୂଚନାଯୋଗ୍ୟ ନାରୀ ନେତ୍ରୀ ବିଜେପିର ନୂପୁର ଶର୍ମା ଓ ସେଇଦଳର ଅନ୍ୟତମ ନେତା ନବୀନ ଜିନ୍ଦଲଙ୍କର ପ୍ରଫେଟ ମହମ୍ମଦଙ୍କୁ ନେଇ ଅକ୍ଷମଣୀୟ ଟିପ୍ପଣୀକୁ ସେମାନଙ୍କର ବ୍ୟକ୍ତିଗତ ଧାର୍ମିକ ଅସୂୟା ତଥା ଅଯଥା ବାଚାଳାମୀ ବୋଲି କୁହାଯିବ। ଏହା ସର୍ବାଦୌ ଅଗ୍ରହଣୀୟ। ଅବଶ୍ୟ ପରେ ଏହାକୁ ବୁଝିପାରି ଉଭୟ ମିଡିଆରେ କ୍ଷମା ମାଗିନେଇଛନ୍ତି।ଯେହେତୁ ଉଭୟ ବିଜେପିର ଦଳୀୟ ନେତା,ଏଣୁ ବିଜେପି ଦଳରୁ ଉଭୟ ଏମଧ୍ୟରେ ନିଲମ୍ବିତ ହୋଇ ସାରିଛନ୍ତି। ସେମାନଙ୍କ ବିରୋଧରେ ଏମଧ୍ୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଇଥିବା ପ୍ରକାଶ। ସେମାନଙ୍କର ବ୍ୟକ୍ତିଗତ ମତାମତ ହେଲେ ମଧ୍ୟ ସବୁ ଧର୍ମକୁ ସମ୍ମାନ ଜରୁରୀ। ପୈଗମ୍ବର ମହମ୍ମଦଙ୍କୁ କଥାରେ କଥାରେ ବ୍ୟକ୍ତିଗତ ସ୍ତରକୁ ଯାଇ ଅସମ୍ମାନୀତ କରିବା ଆଦୌ ସ୍ପୃହଣୀୟ ନୁହେଁ। ଏଥି ସହ କେଉଁ ଧର୍ମକୁ ନେଇ କେହି ମଧ୍ୟ ପାରସ୍ପରିକ ବିରୋଧାଭାଷ ପ୍ରକଟ କରାଯିବା ମଧ୍ୟ ଧର୍ମ ନିରପେକ୍ଷତାର ପରିଚାୟକ ନୁହେଁ। ଏହା ଭାରତୀୟଙ୍କ ପାଇଁ ତଥା ଭାରତବାସୀଙ୍କ ପାଇଁ ଆଦୌ ଶୋଭନୀୟ ନୁହେଁ। ଦେଶର ସମ୍ମାନ ସଂପ୍ରିତି ରକ୍ଷା ଓ ସ୍ଥିରତା ପାଇଁ ସାଧାରଣରେ ଅଶାନ୍ତି ଓ ବିଭ୍ରାଟ ସୃଷ୍ଟି କରାଇବାର କେହି ଯେପରି କାରଣ ନହୁଅନ୍ତୁ, ଦେଶର ସବୁ ଦଳମତ ନିର୍ବିଶେଷରେ ସବୁରିଙ୍କ ନିଷ୍ଠା ରହିବା ବିଧେୟ।
ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କର ସେହି ଅଯୌକ୍ତିକ ଟିପ୍ପଣୀକୁ ସୋସିଆଲ ମିଡିଆରେ ଅଯଥା ଭାଇରାଲ କରାଇବା କେବଳ ଅସ୍ଥିରତା ସୃଷ୍ଟିକାରୀଙ୍କ ଅସାମାଜିକ କାମ ବୋଲି ବିଚାରିବାକୁ ହେବ। ସେମାନଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଆଜିକାଲିର ନେଟ ଫାଷ୍ଟ ଡିଜିଟାଲ ଦୁନିଆରେ ଏହି ଭଳି ଆପତ୍ତିଜନକ ତଥା ସମ୍ବେଦନଶୀଳ କଥାକୁ କିଛି ଅପରିଣାଦର୍ଶୀ ବ୍ୟକ୍ତି ହୁଏତ ସାଧାରଣରେ ହଇଚଇ ସୃଷ୍ଟି କରାଇବାର ଅନ୍ୟତମ ପ୍ରମୂଖ କାରଣ ହୋଇଛନ୍ତି। ଏହା ବୁଦ୍ଧିଜୀବୀଙ୍କ କାର୍ଯ୍ୟ ନୁହେଁ। ଏଥିରେ ଦେଶ ଭିତରେ ଓ ବାହାରେ ମୁସଲିମ ଧର୍ମ ଓ ସଂପ୍ରଦାୟ ମଧ୍ୟରେ କଂପନ ସୃଷ୍ଟି ହୋଇଛି। ଏଥିପାଇଁ ଦେଶର କେତେକ ସ୍ଥାନରେ ବିରୋଧକାରୀଙ୍କ ପକ୍ଷରୁ ପୋଡାଜଳା ଓ ଅଶାନ୍ତି ବାତାବରଣ ସୃଷ୍ଟି ହୋଇଛି। କିଛି ସ୍ଥାନରେ ଅବୁଝାମଣା ସୃଷ୍ଟି ହୋଇ ଅଯଥା ଦଂଗାର କାରଣ ହୋଇଛି। ଏଥି ସହ ଦେଶ ବାହାରେ ମଧ୍ୟ ଅକାରଣେ ଅନ୍ତଃରାଷ୍ଟ୍ରୀୟ ସଦଭାବନା କ୍ଷେତ୍ରରେ ଆମ ଦେଶର ଛବି ମଳିନ ହେଉ ବୋଲି ରୀତିମତ ପ୍ରୟାସ ଚାଲିଛି। ବିଭାଜନ ସୃଷ୍ଟିକାରୀ ପଡୋଶୀ ପାକିସ୍ତାନ ଏହାର ଫାଇଦା ଉଠାଇ କିଛି ଇସଲାମୀୟ ରାଷ୍ଟ୍ରଙ୍କୁ ଏ ପ୍ରସଂଗରେ ଉସକାଉଥିବାରୁ କେହି କେହି ବିଦେଶୀ ରାଷ୍ଟ୍ର ଭାରତ ବିରୋଧରେ ତାର ଧର୍ମ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବାକୁ ଲାଗିଲେଣି।
ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ , କାହାର ବ୍ୟକ୍ତିଗତ ଆକ୍ଷେପକୁ ସାରା ଦେଶର ସ୍ବର ବୋଲି ବିଚାର କରା ନଯାଉ।
ସବୁର ମୂଳରେ ଆମ ଦେଶର ସ୍ଥିରତା ଓ ସୁରକ୍ଷା ନିତାନ୍ତ ଆବଶ୍ୟକ ବୋଲି ଭାଇରାଲକାରୀ ବୁଝିବା ଆବଶ୍ୟକ। କୌଣସି ନିର୍ଦ୍ଦିଷ୍ଟ ସଂପ୍ରଦାୟ ଅବା ଦଳର ବୋଲି ଜଣକର ଅଯଥା ଭୂଲକୁ ସଂପୃକ୍ତ ଦଳ/ ସଂପ୍ରଦାୟର ଭୂଲ ବୋଲି ବିଚାରିବା ଅଯୌକ୍ତିକ କଥା । ଏହାକୁ ଅଯଥା ଅପପ୍ରଚାର / ଅପପ୍ରସାର କରାଇ ସାଂପ୍ରଦାୟିକ ସମସ୍ୟା ସୃଷ୍ଟି କରାଇବା ଉଚିତ୍ ନୁହେଁ। ଏହାକୁ ମଧ୍ୟ ସାରା ଦେଶର ଭୂଲ ବୋଲି ପ୍ରମାଣିତ କରାଇବା କେବଳ ଦେଶ ଦ୍ରୋହୀ, ଅସ୍ଥିରତା ସୃଷ୍ଟିକାରୀଙ୍କ କାର୍ଯ୍ୟ ହୋଇପାରେ।
ଉପରୋକ୍ତ ପ୍ରସଂଗରେ ଚର୍ଚ୍ଚା ହେବାମାତ୍ରେ ଯଦିଓ ଉପରୋକ୍ତ ଦୁଇ ବିଜେପି ନେତା ସୋସିଆଲ ମିଡିଆରେ କ୍ଷମା ମାଗି ଭୂଲ ସ୍ବୀକାର କରିଛନ୍ତି, ହେଲେ ଏହାକୁ ନେଇ ଏକ ଭୂଲ ବାର୍ତ୍ତା ଯାଉଛି ତଥା ଦଳକୁ ଅଯଥାରେ ଭର୍ସିତ ହେବାକୁ ପଡିଛି ବୋଲି ଭାରତୀୟ ଜନତା ପାର୍ଟି ଏହାକୁ ବିଶେଷ ଗୁରୁତ୍ବ ଦେଇଛି। ଏମଧ୍ୟରେ ଉଭୟ ନେତାଙ୍କୁ ଦଳରୁ ନିଲମ୍ବିତ ହେବାକୁ ପଡିଛି। ଦେଶରେ ଅଯଥା ଅସ୍ଥିରତା ସୃଷ୍ଟିର କାରଣ ଅଭିଯୋଗରେ ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି।
ଧର୍ମକୁ ନେଇ ରାଜନୀତି ସବୁକାଳେ ବର୍ଜନୀୟ ତଥା ନିନ୍ଦନୀୟ।। ଆଇନକୁ ହେୟ ଜ୍ଞାନ କରି ପରସ୍ପର ବିରୋଧରେ ଟିକା ଟିପ୍ପଣୀ ଦେଇ ତୁଛାଟାରେ ଦେଶରେ ସାଂପ୍ରଦାୟିକ ଭାବେ ଅଯଥା ଅସ୍ଥିରତା ସୃଷ୍ଟି କରିବା ଅନୁଚିତ୍ । କିଏ କଣ କହିଲା, ଏହା ଉପରେ ଯଦି ସମସ୍ୟା ସୃଷ୍ଟି ହୋଇ କେଉଁଠି ଶାନ୍ତି ବ୍ୟାହତ ହୁଏ,ତଥା କେଉଁଠି ଅଂଚଳରେ ଉତ୍ତେଜନା ସୃଷ୍ଟି ହୁଏ, ତେବେ ଏହା ବିରୋଧରେ ଆଇନକୁ କଡାକଡି କରାଯିବା ବିଧେୟ।
ସାରା ବିଶ୍ବ ନିକଟରେ କରୋନା କବଳିତ ହେବାପରେ କୋଟି କୋଟି ସଂକ୍ରମିତ ହେବା ସହ ଅକାଳରେ ବହୁ ସଂଖ୍ୟାରେ ମରଣକୁ ବରଣ କଲେ। ସାରି ବିଶ୍ବ କରୋନା ବିଭିଷୀକାରେ ଥରହର ହେଲା।ହେଲେ ଏତେ ପରେବି ଏଥିରୁ ଅମଣିଷ କିଛି ଶିଖିଲାନି। ଯଥା ପୂର୍ବଂ ତଥା ପରଂ ନୀତିରେ ସାରା ବିଶ୍ବର ପ୍ରାୟ ସବୁଠାରେ କେବେ ନା କେବେ କିଛି ଅମଣିଷଙ୍କ ଲାଗି ସାଂପ୍ରଦାୟିକ ଅସ୍ଥିରତା ଲାଗିରହିଛି।ଆମ ଭାରତ ବର୍ଷ ମଧ୍ୟ ଏଥିରୁ ବାଦ୍ ପଡିନାହିଁ। ପ୍ରଫେଟ ମହମ୍ମଦଙ୍କୁ ନେଇ ଅଯଥା ଟିକାଟିପ୍ପଣୀକୁ ଆଧାର କରି ଭାରତର କିଛି ରାଜ୍ୟରେ ଏବେ ଅଯଥା ଅବୁଝାମଣାର ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ଦେଶର କିଛି ଭାଗରେ ଅଶାନ୍ତି ଓ ଆନ୍ଦୋଳନ ଲାଗି ରହିଛି। ଏହା ଆଦୌଂ ସମୀଚିନ ନୁହେଁ।
ସର୍ବଧର୍ମର ସମନ୍ବୟ ପୀଠ ଭାରତ ବର୍ଷ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଅଟେ। ଆମ ସମ୍ବିଧାନର ମୁଖବନ୍ଧରେ ଏହାକୁ ବିଶେଷ ଗୁରୁତ୍ତ୍ବ ଦିଆଯାଇଛି। କାଶ୍ମୀର ଠାରୁ କନ୍ୟାକୁମାରୀ ଯାଏଁ ପ୍ରଲମ୍ବିତ ବୀର ପ୍ରସବୀନି ଆମ ଦେଶ ଭାରତମାତାର ମଥାରେ ମୁକୁଟ ସମାନ ଶୁଭ୍ରସ୍ନାତ ଧବଳ ହୀମଗିରି ହିମାଳୟ ସୁଶୋଭିତ। ଆମ ଭାରତ ମାଆର ପୂର୍ବରେ ଛଳ ଛଳ ବଙ୍ଗୋପ ସାଗର,ପଶ୍ଚିମରେ ସୁବିସ୍ତୀର୍ଣ୍ଣ ଆରବ ସାଗର ହସ୍ତ ପ୍ରସାରୀ ଜୟ ଭାରତ ବୋଲି ପ୍ରତି ତରଂଗେ ତରଂଗେ ଜୟଗାନ କରୁଅଛି। ସେହିପରି ଏହାର ଦକ୍ଷୀଣରେ ଆମ ଭାରତମାଆକୁ ଭାରତ ମହାସାଗର ଫେନୀଳ ତଂରଗେ ତରଂଗାୟିତ ଜଳରେ ପଦ ଧୌତ କରି ନିଜକୁ ଧନ୍ୟ ମଣୁଅଛି। ନାନା ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ ଭାରତର ଐତିହ୍ୟ ତଥା ଇତିହାସ ସମୃଦ୍ଧ। ଆମ ଜାତୀୟ ସଂଗୀତରେ ଗୀତିମୟ ଭାରତବର୍ଷର ସୁସଂହତିର ଐତିହ୍ୟ ସୁସ୍ପଷ୍ଟ।
କାଳର କରାଳ ଗତିରେ ପେଷି ହୋଇ ଆମ ଦେଶ ଭାରତବର୍ଷର ମାଟି ବିଶ୍ବକୁ ଅହିଂସା, ଶାନ୍ତି ଓ ପ୍ରଗତୀର
ବାର୍ତ୍ତା ଦେଉଅଛି। ସମୟର ଗତି ସହ ପ୍ରାରମ୍ଭରୁ ଅଦ୍ୟପି ଭାରତ ଭୂଖଣ୍ଡକୁ ଆସିଥିବା ସମସ୍ତ ବିଦେଶୀଙ୍କୁ ମହାଭାରତୀୟ ଜାଗୃତିରେ ଜାଗରିତ ହେବାକୁ ପଡିଛି। ଅଯଥା ଧର୍ମାନ୍ଧତା, ସ୍ବାର୍ଥପରତା, ସଂକୀର୍ଣ୍ଣତା, ସାଂପ୍ରଦାୟିକତାରୁ ଉର୍ଦ୍ଧ୍ବରେ ରହି ବୁଦ୍ଧିମତାର ସହ ଆମକୁ ସମୟ ସହ ତାଳ ଦେଇ ମହାନୁଭବତାର ଡୋରିରେ ପରସ୍ପରକୁ ଆପଣାର ମଣି ଐକ୍ୟତାରେ ବାନ୍ଧି ରଖିବାକୁ ହେବ ହିଁ ହେବ। ଏଥି ପାଇଁ ଆମକୁ ନିଜର ଧୈର୍ଯ୍ୟ ଓ ସଂଯମତା ରକ୍ଷା କରିବାକୁ ହେବ। ସମୟର ଆହ୍ବାନରେ ଦେଶର ଐକ୍ୟତା ରକ୍ଷା ନିମନ୍ତେ ଆମକୁ ପ୍ରତ୍ୟୁତ୍ପନ୍ନତାର ସହ ସତସାହସୀ ହୋଇ ଆବଶ୍ୟକ ବୁଦ୍ଧିବିବେକ ଖଟାଇ ଆପଣା ଜ୍ଞାନର ପରାକାଷ୍ଠା ପ୍ରଦର୍ଶନ କରିବାକୁ ହେବ।
ଶେଷରେ ଏତିକି କହିବି, ନୂପୁର- ନବୀନଙ୍କ ଭଳି ଅପରାଣାଦର୍ଶୀଙ୍କ ବାଚାଳାମୀକୁ ଭାବପ୍ରବତାର ବଶବର୍ତ୍ତୀ ହୋଇ ସୋସିଆଲ ମିଡିଆରେ ଭାଇରାଲ ସମୀଚିନ ନୁହେଁ। ସୋସିଆଲ ମିଡିଆରେ ବନାଗ୍ନୀ ସମାନ ଅପରିଣାମଦର୍ଶୀ ଭାବେ ଅସ୍ଥିର ସୃଷ୍ଟିକାରୀ ତଥ୍ୟକୁ ଟିଆରପି ବୃଦ୍ଧି ପାଇଁ ଭାଇରାଲ କରିବା ଲକ୍ଷ୍ୟରେ ଦେଶରେ ଅଯଥା ଅସ୍ଥିରତା ସୃଷ୍ଟି କରିବା କେଉଁ ପ୍ରକାର ନ୍ୟାୟ? ସାଂପ୍ରଦାୟିକତା, ବିଭେଦ ସୃଷ୍ଟିକାରୀଙ୍କ ବିରୋଧରେ ଆଇନ ରହିଛି। ଏହାର ଆଶ୍ରୟ ନେବା ବିଧେୟ। କାହାର ବ୍ୟକ୍ତିଗତ ଭୂଲ ମନ୍ତବ୍ୟକୁ ଆଧାର କରି ତାହାର ସଂପୃକ୍ତିରେ ଦଳୀୟ,ରାଜ୍ୟର ତଥା ଦେଶର ବାର୍ତ୍ତା ବୋଲି ବିଚାର ନହେଉ। ସାଂପ୍ରତ୍ତିକ ପରିସ୍ଥିତିରେ ସଭିଏଁ ସାଂପ୍ରଦାୟିକ ସଂକୀର୍ଣ୍ଣ ମନୋଭାବ ତ୍ୟାଗ କରି ଦେଶକୁ ସର୍ବଧର୍ମର ସମନ୍ବୟର ପୀଠ ଭାବେ ନିଜର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବଜାୟ ରଖିବା ନାହାତି ଜରୁରୀ।

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *