ଖୁଲମଖୁଲା ଲାଞ୍ଚ ମାଗିବା ପ୍ରତିବାଦରେ ବିଜେପି

ଖୁଲମଖୁଲା ଲାଞ୍ଚ ମାଗିବା ପ୍ରତିବାଦରେ ବିଜେପି

ଫୋକସ ପ୍ଲସ (କୋରାପୁଟ) ୦୫/୦୭/୨୦୨୨: କୋରାପୁଟ ଜିଲ୍ଲା ଜୟପୁର ପୈାରପାଳିକାରେ ଜନ୍ମ ସାର୍ଟିଫିକେଟ ପାଇଁ ଖୁଲମଖୁଲା ଲାଞ୍ଚ ମାଗୁଥିବା ଭିଡିଓ ଏବେ ଭାଇରାଲ ହୋଇଛି। ନିର୍ଦ୍ଧାରିତ ସରକାରୀ ଧାର୍ଯ୍ୟ ଫି ଠାରୁ ଅଧିକ ନେଉଛନ୍ତି ପୈାର କର୍ମଚାରୀ।ସବୁ କଥା କ୍ୟାମେରାରେ ରେକର୍ଡ ହେଉଥିଲେ ମଧ୍ୟ ବାବୁ ଜଣକ ବହୁପ ଦେଖାଉଥିବା ଏହି ଭିଡିଓରେ ସ୍ୱଷ୍ଟ ଭାବେ ପ୍ରମାଣିତ କରିଛି। ସରକାରୀ ଧାର୍ଯ୍ୟ ୧୨ ଟଙ୍କା ବଦଳରେ ଜନ୍ମ ସାର୍ଟିଫିକେଟ ପାଇଁ ୩୫୦ ଟଙ୍କା ନେଉଥିବା ସ୍ୱଷ୍ଟ ଭାବେ ଏହି ଭିଡିଓରେ ଜଣାପଡିଛି। କ୍ୟାମେରାରେ ରେକର୍ଡ ହେଉଥିଲେ ମଧ୍ୟ ବାବୁ ଜଣକ ଆମେ ୩୫୦ ଟଙ୍କା ନେଉଥିବା କହୁଛନ୍ତି। କେଉଁ ହିସାବରେ ୩୫୦ ଟଙ୍କା ନେଉଥିବା ପ୍ରଶ୍ନ କରିଥିବା ଆବେଦନକାରୀ ଜଣଙ୍କୁ ଏହି ସରକାରୀ ବାବୁ କିଛି ହିସାବ ନାହିଁ ,ଆମେ ୩୫୦ ଟଙ୍କା ନେଉଛୁ ବୋଲି କହୁଛନ୍ତି। ଆବେଦନକାରୀ ଜଣକ ୨ ଟି ଜନ୍ମ ସାର୍ଟିଫିକେଟ ପାଇଁ ୭ ଶହ ଟଙ୍କା ଦେଇଥିବା କହୁଛନ୍ତି। ଜୟପୁର ବିଜେପି ନେତା ଗୈାତମ ସାମନ୍ତରାୟ ଏହି ଭିଡିଓଟିକୁ ନିଜ ସୋସିଆଲ ସାଇଟରେ ଅପଲୋଡ଼ କରିବା ସହ ମିଡିଆକୁ ଏହା ଦେଇଥିଲେ। ଏହି ଲାଞ୍ଚ କାରବାର କୁ ନେଇ ଜୟପୁର ପୈାରପାଳିକାରେ ବିଜେପି ତରଫରୁ ପ୍ରତିବାଦ କରାଯାଇଛି। ବିଜେପି ନେତା ଗୈାତମ ସାମନ୍ତରାୟ ଏବଂ ଭାରତୀୟ ଜନତା ପାର୍ଟିର ସମସ୍ତ କର୍ମକର୍ତ୍ତା ଆଜି ଜୟପୁର ପୈାର ପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏହି ଲାଞ୍ଚ କାରବାର ବିଷୟରେ ଅବଗତ କରାଇଥିଲେ। ଏବଂ ଜୟପୁର ପୈାର ପାଳିକା ତରଫରୁ ଏହି ଲାଞ୍ଚ ମାଗୁଥିବା କର୍ମଚାରୀଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ପଚାରି ବୁଝିଥିଲେ। ଏହି ଲାଞ୍ଚ କାରବାର ବିଷୟରେ ଏବଂ ଏହି କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୋରାପୁଟ ଜିଲ୍ଲା ପାଳଙ୍କୁ ଜଣାଇଥିବା କହିଛନ୍ତି ପୈାରପାଳିକା ନୀର୍ବାହୀ ଅଧିକାରୀ ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *