ପୋଲିସ କୁ ବଡ଼ ସଫଳତା

ପୋଲିସ କୁ ବଡ଼ ସଫଳତା

ଫୋକସ ପ୍ଲସ(ଖପ୍ରାଖୋଲ)୦୮/୦୮/୨୦୨୨:ବଲାଙ୍ଗିର ଜିଲା ପାଟଣାଗଡ଼ ସବଡ଼ିଭିଜନ ଖପ୍ରାଖୋଲ ଥାନା ଓ.ଏ.ଭି. ସ୍କୁଲ ନିକଟରେ ଡକାୟତି ହୋଇଥିବା ଘଟଣାର ପର୍ଦାଫାସ କରିଛି ଖପ୍ରାଖୋଲ ପୋଲିସ । ଏନେଇ ଥାନା ପରିସରରେ ପାଟଣାଗଡ଼ ଏସ.ଡ଼ି.ପି.ଓ ଜ୍ୟୋତିର୍ମୟ ଭୁକ୍ତା ଓ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଗତ ଗୁରୁବାର ଖିତିସ ବେହେରା ନାମକ ଜଣେ ମାଇକ୍ରୋ ଫାଇନାନ୍ସ କର୍ମଚାରୀ ଙ୍କ ଠାରୁ ଖପ୍ରାଖୋଲ ପାଟଣାଗଡ଼ ରାସ୍ତା ଓଏଭି ସ୍କୁଲ ନିକଟରେ ଏକ ବୁଲେଟ ମୋଟର ସାଇକେଲରେ ତିନି ଜଣ ଲୁଟେରା ଆସି ଖିତିଶ ବେହରାଙ୍କ ମୋଟର ସାଇକେଲକୁ ଅଟକାଇ ଖିତିସ ଠାରୁ ଏକ ମୋବାଇଲ ଫୋନ , ଏକ ଟାଵଲେଟ ଓ ବିଭିନ୍ନ କାଗଜପତ୍ର ଲୁଟି ଫେରାର ହୋଇଯାଇଥିଲେ । ଏନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ ପରେ ପୋଲିସ ତତ୍ପରତା ପ୍ରକାଶ କରି ଥାନା ଅଧିକାରୀଙ୍କ ନେତୃତ୍ୱରେ ବିଭିନ୍ନ ସୂଚନା , ସିସିଟିଭି ଫୁଟେଜ , ବୈସୟିକ ବିଜ୍ଞାନ କୌଶଳର ସହାୟତାରେ ଲୁଟେରା ମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଗିରଫ ଲୁଟେରା ମାନେ ହେଲେ ପଟଣାଗଡ଼ ଥାନା କୁତମୁଣ୍ଡା ଗାଁର ପୁରନ୍ଦର କୁମ୍ଭାର(୨୨), ମୁଣ୍ଡାପଲା ଗାଁର କେଶବ ବାରିକ (୨୭), ଘୁନଘୁଟିପାଲି ଗାଁର ଗୋବିନ୍ଦ କାଲସାଏ (୨୬), ଭାଲୁପିଟା ଗାଁର ତରଣୀ ଜଗଦଲା (୨୮) ଏବଂ ତୁଷୁରା ଥାନା ଅଞ୍ଚଳର ନାବାଳକ ଲୁଟେରା (୧୬) କୁ ଗିରଫ କରିବା ସଫଳ ହୋଇଥିବା ବେଳେ ଲୁଟେରା ଙ୍କ ଠାରୁ ନଗଦ ୫୫୦୦ ଟଙ୍କା ,ଲୁଟରେ ବ୍ୟବହାର ଏକ ବୁଲେଟ ମୋଟର ସାଇକେଲ( ଓଡ଼ି ୦୨ ଏମ ୨୯୯୪ ), ଏକ କଲା ପଲସର ଏବଂ ସିଡ଼ି ଡିଲକ୍ସ ଜବତ ହୋଇଛି । ସେହିପରି ୬ ଟି ଡ଼ି.ଏସ.ଏଲ.ଆର ଦାମି କ୍ୟାମେରା ଲୁଟ କରି ବିଭିନ୍ନ ସ୍ଥାନ ରେ ବିକ୍ରି କରିଥିବା ବେଳେ ତଦନ୍ତ ବେଳେ ତାକୁ ଉଦ୍ଧାର କରି ଜବତ କରିଛି ପୋଲିସ । ୨ ଟି ସାମସଙ୍ଗ ଟାଵଲେଟ ସମେତ ୯ଟି ମୋବାଇଲ ପୋଲିସ ଜବତ କରିଥିବା ଜଣାଯାଇଛି । ଅଭିଯୁକ୍ତ ମାନଙ୍କ ନାଆଁ ରେ ତୁଷୁରା , ଦେଓଗାଁ , ବଲାଙ୍ଗିର ସଦର ଆଦି ଥାନା ରେ ଚାରି ରୁ ଅଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି । ଗିରଫ ପାଞ୍ଚ ଜଣ ଅଭିଯୁକ୍ତ ମଧ୍ୟରୁ ଚାରି ଜଣଙ୍କୁ ପାଟଣାଗଡ଼ କୋର୍ଟ କୁ ଚାଲାଣ କରାଯାଇଥିବା ବେଳେ ନାବାଳକ ଅଭିଯୁକ୍ତକୁ ରାଉଲକେଲା ଯୁଭେନାଇଲ କୋର୍ଟ କୁ ପଠା ଯାଇଥିବା ଜଣା ଯାଇଛି । ଖପ୍ରାଖୋଲ ପୋଲିସ ଘଟଣା ଘଟିବାର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରିବାରେ ସଫଳ ହେବା ସହ ଲୁଟ ସାମଗ୍ରୀ ଜବତ କରିଥିବାରୁ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କୁ ବିଭିନ୍ନ ମହଲରୁ କୃତଜ୍ଞତା ଜଣାଯାଇଥିବା ଦେଖିବାକୁ ମିଳିଛି ।

ଖପ୍ରାଖୋଲ ରୁ ଗଣେଶ ଦାସ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *