ଖଣ୍ଡଗିରି ରେ ଜଲୱା ଦେଖାଇଲେ ରାଣୀ ପଣ୍ଡା

ଖଣ୍ଡଗିରି ରେ ଜଲୱା ଦେଖାଇଲେ ରାଣୀ ପଣ୍ଡା

ଫୋକସ ପ୍ଲସ 05/02/2023(ବ୍ୟୁରୋ) ଖଣ୍ଡଗିରି କୁମ୍ଭ ମେଳା ଯାତ୍ରା ମହାସମରରେ ଚଳିତ ବର୍ଷ ୧୧ଟି ଯାତ୍ରାନୁଷ୍ଠାନ ତାଙ୍କର ଜଲୱା ଦେଖାଇଥିବା ବେଳ ପ୍ରଥମ ପର୍ଯ୍ୟାୟରେ ସେମିତି କିଛି ଖଚାଖଚ ଭିଡ ନଥିଲା । ଗତକାଲି ଠାରୁ ଦ୍ୱିତୀୟ ପର୍ଯ୍ୟୟ ଲଢ଼େଇ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ଓ କୋଣାର୍କ ଗଣନାଟ୍ୟ ତାଙ୍କର ଦମ୍ ଦେଖାଇଥିବା ବେଳେ ସବୁଠାରୁ ଚର୍ଚ୍ଚାେରେ ରହିଛନ୍ତି ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା । ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢ଼ିବ ରାଣୀପଣ୍ଡା ନାଟକଟି ବହୁ ଦର୍ଶକଙ୍କ ସମାହାରକୁ ନେଇ ଆଜି ଦ୍ୱିତୀୟ ଦିବସରେ ବି ବାଜିମାତ କରିବ । ରାଣୀପଣ୍ଡାଙ୍କ ଜୀବନ କାହାଣୀକୁ ନେଇ ଘଟିଥିବା ଭୟଙ୍କର କାହାଣୀ ଏଥିରେ ବୟାନ ହୋଇଛି । କାହିଁକି ରାଣୀପଣ୍ଡା ସାଜିଥିଲେ ଡ୍ୟାନ୍ସବାଲି ଝିଅ? କାହିଁକି ଏ ସମାଜ ରାଣୀଙ୍କୁ ଏତେ ନିଚ ଆଖିରେ ଦେଖେ? ଏନାଟକଟି ହେଉଛି ତାହାର ମୁକସାକ୍ଷୀ । ଗତକାଲି ସ୍ୱର୍ଣ୍ଣମନ୍ଦିର ଯାତ୍ରାନୁଷ୍ଠାନ ଖଣ୍ଡଗିରି ମେଳା ଠାରୁ ଦୂରରେ ଯାଇ ନୁଆ ଯାତ୍ରାନୁଷ୍ଠାନରେ ଯାତ୍ରା କରି ସବୁଠାରୁ ଚର୍ଚ୍ଚାରେ ଅଛି । ଯାହା ଶୁଣିବାକୁ ମିଳୁଛି ଲଗାତାର ୭ରାତି ମଂଚସ୍ଥ କଲେ ବି ରାଣୀ ପଣ୍ଡାଙ୍କ କେଜ୍ରର ସୁପରହିଟ୍ ନାଟକ ଘୋଡାହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା ଚଳିତ ବର୍ଷ କୁମ୍ଭମେଳାରେ ଏକ ନମ୍ବର ହେବ ।
ବ୍ୟୁରୋ ରିପୋର୍ଟ ଫୋକସ ପ୍ଳସ

Related post

Leave a Reply

Your email address will not be published. Required fields are marked *