ଅଧିକ ମିଠା ଖାଉଛନ୍ତି କି ?

ଅଧିକ ମିଠା ଖାଉଛନ୍ତି କି ?

ଫୋକସ ପ୍ଳାସ 29/3/23(ବ୍ୟୁରୋ): ମିଠା ଖାଇବାକୁ କହାକୁ ବା ଭଲ ନ ଲାଗେ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ପସନ୍ଦ ମିଠା । ଯଦି ଆପଣ ମିଠା ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଏହି ମିଠା ଖାଇବା ଆପଣଙ୍କୁ ବିପଦରେ ପକାଇପାରେ । ଆଉ ଆପଣଙ୍କ ଜୀବନ ମଧ୍ୟ ନେଇପାରେ । ନିକଟରେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ମିଠା ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା ରହିଛି ।
ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଆମେ ପ୍ରତ୍ୟେକ ଦିନ ଖାଉଥିବା ଖାଦ୍ୟ ଓ ମିଠା ପାନୀୟରେ କାର୍ବୋହାଇଡ୍ରେଟ ରହିଥାଏ । ଏହା ଶରୀର ପାଇଁ ହିତକର ହୋଇଥିଲେ ମଧ୍ୟ ଏହା ଖାଦ୍ୟରେ ଶର୍କରାର ପରିମାଣ ବୃଦ୍ଧି କରିଥାଏ । ଫଳରେ ହୃଦରୋଗର ଆଶଙ୍କା ବଢ଼ିଥାଏ । ଏକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଆମର ଦୈନିକ ଆହାରରେ ୫ ପ୍ରତିଶତରୁ ଅଧିକ ଶର୍କରା ରହିଲେ ହୃଦରୋଗ ହେବାର ଆଶଙ୍କା ୭ ପ୍ରତିଶତ ବଢ଼ିଥାଏ । ୧ ଲକ୍ଷ ୧୦ ହଜାର ୪ ଶହ ୯୭ଜଣଙ୍କୁ ନେଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ୪,୧୮୮ ଜଣଙ୍କଠାରେ ହୃଦରୋଗ ଓ ଷ୍ଟ୍ରୋକ ଉଭୟ ଦେଖିବାକୁ ମିଳିଥିବା ବେଳେ ୩,୧୩୮ ଜଣଙ୍କଠାରେ ହୃଦରୋଗ ଓ ୧,୧୨୪ ଜଣଙ୍କଠାରେ ଷ୍ଟ୍ରୋକର ଆଶଙ୍କା ଅଧିକ ଦେଖାଯାଇଥିଲା । ୮ ପ୍ରତିଶତ ଶର୍କରାଯୁକ୍ତ ଖାଦ୍ୟ ଖାଉଥିବା ଲୋକଙ୍କ ତୁଳନାରେ ୧୭ରୁ ୨୧ ପ୍ରତିଶତ ଅଧିକ ଚିନି ଖାଉଥିବା ଲୋକଙ୍କଠାରେ ହୃଦରୋଗର ଆଶଙ୍କା ୩୮ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଥାଏ ।

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *