ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କରି ଦେଇଛି ସ୍ୱାମୀ ! ଏହା ଅଭାବନୀୟ ଘଟଣା ଘଟିଯାଇଛି ଭଦ୍ରକ ଜିଲ୍ଲା ଧାମନଗର ମୌଲାନାସାହିରେ ! ସୂଚନା

ଯାହା ଜଣାପଡିଛି ଆଜି ସକାଳେ ଧାମନଗର ଥାନା ମୌଲାନାସାହିରେ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଠାବ ହୋଇଛି। ଘର ଭିତରେ ପଡ଼ିଛି ସ୍ତ୍ରୀର ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଘରଠାରୁ ମାତ୍ର କିଛି ଦୂରରେ ବିଲରେ ଥିବା ଏକ ଗଛରେ ସ୍ୱାମୀର ଝୁଲନ୍ତା ମୃତଦେହ ମିଳିଛି !

ଘର ଭିତରୁ ରକ୍ତାକ୍ତ ଏକ କଟୁରି ମିଳିଛି। ଏଥିରୁ ସନ୍ଦେହ କରାଯାଉଛି ଯେ ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା ପରେ ସ୍ୱାମୀ ଭାସ୍କର ସାମଲ(୩୮) ଆତ୍ମହତ୍ୟା କରିଛି। ଗତ ରାତିରେ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି। ପଡ଼ୋଶୀ ଓ ସଂପର୍କୀୟଙ୍କ କହିବା ଅନୁଯାୟୀ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ଲାଗେ। ଏପରିକି କଥା ଥାନା ଯାଏ ବି ଯାଇଥିଲା। ହେଲେ ଗତକାଲି କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଆଜି ସକାଳ ଭାସ୍କରଙ୍କ ପିଲାମାନେ ସକାଳୁ ଉଠି ମାର ଏଭଳି ଅବସ୍ଥା ଦେଖି ଗାଁଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଧାମନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟ ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related post

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…
କାଲି ଖେଳିଥିଲେ ହୋଲି ଆଜି ଚାଲିଗଲେ ଆରପାରିକୁ

କାଲି ଖେଳିଥିଲେ ହୋଲି ଆଜି ଚାଲିଗଲେ ଆରପାରିକୁ

ଫୋକସ ପ୍ଲସ 9/3/2023(ବ୍ୟୁରୋ): କାଲି ଖେଳିଥିଲେ ହୋଲି ଆଜି ଚାଲିଗଲେ ଆରପାରିକୁ |କିଏ ଜାଣିଥିଲା ଏହା ତାଙ୍କ ଜୀବନର ଶେଷ ଦିନ ହେବ ବୋଲି |ହୋଲିରେ ଖୁବ ହୋଲି…
ପାକିସ୍ତାନକୁ ସାହାଯ୍ୟର ହାତ ବଢାଇଲା ଚୀନ

ପାକିସ୍ତାନକୁ ସାହାଯ୍ୟର ହାତ ବଢାଇଲା ଚୀନ

ଫୋକସ ପ୍ଲସ 4/3/2023 (ବ୍ୟୁରୋ): ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ |ବିଶ୍ୱର ସମସ୍ତ ଦେଶ ଏବେ ପାକିସ୍ତାନକୁ ସାହାଯ୍ୟ କରିବାକୁ ମନା କରୁଥିବା ବେଳେ…

Leave a Reply

Your email address will not be published. Required fields are marked *