ଚେକିଂ ବେଳେ ଜବତ ହେଲା ପୁଳା ପୁଳା ଟଙ୍କା

ଭୁବନେଶ୍ୱର : କମିଶନରେଟ୍‌ ପୋଲିସକୁ ବଡ ସଫଳତା । ଚେକିଂ ସମୟରେ ଜବତ କଲା ପୁଳା ପୁଳା ଟଙ୍କା। ପାର୍ବଣ ଋତୁକୁ ଆଖିଆଗରେ ରଖି ରାତିରେ ଜୋରଦାର ଚେକିଂ ଚଲେଇଛି ପୋଲିସ। ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଥାନା ଓମ୍ଫେଡ଼ ଛକ ନିକଟରେ ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ଚାଲିଥିଲା। ଏହି ସମୟରେ ଦିବ୍ୟଜ୍ୟୋତି ନାମକ ଜଣେ ବ୍ୟକ୍ତିଙ୍କ କାର୍‌କୁ ପୁଲିସ ଅଟକାଇଥିଲା। ସେ ମଦ ପିଇ ଗାଡ଼ି ଚଳାଉଛନ୍ତି ନାହିଁ ବୋଲି ଚେକିଂ କରିଥିଲା। ପରେ ତାଙ୍କ କାରରୁ ନଗଦ ୪ ଲକ୍ଷ ୭୭ ହଜାର ଟଙ୍କା ଜବତ କରିଥିଲା ପୋଲିସ। ଦିବ୍ୟଜ୍ୟୋତି ଏତେ ପରିମାଣର ଟଙ୍କା କେଉଁଠୁ ଆଣି କୁଆଡେ ନେଉଥିଲେ ସେ ବିଷୟରେ ପୋଲିସ ତାଙ୍କୁ ପଚରାଉଚରା କରୁଛି। ଏଥିସହ ତାଙ୍କ ଗାଡ଼ି ଓ ଟଙ୍କାକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ।

Leave a Reply

Your email address will not be published. Required fields are marked *