CHAINA VIRUS : ଆସୁଛି ଆଉ ଏକ ଭୟଙ୍କର ବିପଦ : ଚିନରେ ଚିହ୍ନଟ ହୋଇଛି ସାଙ୍ଘାତିକ ଭାଇରସ

CHAINA VIRUS ; ବିଶ୍ୱକୁ ଆଉ ଏକ ଭୟଙ୍କର ମହାମାରୀ ଭେଟିଦେବାକୁ ଯାଉଛି ଚୀନ।ଏବେ ପୁଣିଥରେ ମୃତ୍ୟୁର ତାଣ୍ଡବ ରଚିବା ପାଇଁ ଆସୁଛି ଭୟଙ୍କର ଭାଇରସ୍।୨୦୧୯ରେ ଚୀନ ଲାବରେଟୋରୀରୁ ସଂକ୍ରମିତ କୋଭିଡ ୧୯ ଭୂତାଣୁର ଭୟ ଲୋକଙ୍କ ମନରୁ ସମ୍ପୂର୍ଣ୍ଣ ହଜିନଥିବା ବେଳେ,ପୁଣି ଏକ ଭାଇରସ ଚୀନରେ ଚିହ୍ନଟ ହେଲାଣି ।ଏହି ଭୂତାଣୁ ମଣିଷର ମସ୍ତିଷ୍କକୁ ସଂକ୍ରମିତ କରି ରୋଗ ସୃଷ୍ଟି କରୁଛି । ଏହି ଭୂତାଣୁର ନାଁ ୱେଟଲ୍ୟାଣ୍ଡ ଭାଇରସ, ଯାହାର ସର୍ଟ ଫର୍ମ ୱେଲଭ । ଏହି ସଂକ୍ରମଣରେ ମଣିଷର ମୃତ୍ୟୁ ମଧ୍ୟ ହୋଇପାରେ ।

ୱେଲଭ ଭୂତାଣୁକୁ ପ୍ରଥମ ଥର ପାଇଁ ୨୦୧୯ ଜୁନ ମାସରେ ଜିନଝାଉ ଅଞ୍ଚଳରେ ଚିହ୍ନଟ କରାଯାଇଥିଲା । ରିପୋର୍ଟରୁ ଜଣାପଡିଛି କି, ଏହି ଭୂତାଣୁର ପ୍ରଥମ ସଂକ୍ରମିତ ମଙ୍ଗୋଲିଆର ଥିଲେ । ବ୍ୟକ୍ତି ଜଣକ ୱେଷ୍ଟଲ୍ୟାଣ୍ଡର ଏକ ପାର୍କକୁ ଯାଇଥିବା ବେଳେ ଏକ ପୋକ ତାଙ୍କୁ କାମୁଡି ଦେଇଥିଲା ଓ ପରେ ସେ ଅସୁସ୍ଥ ହୋଇଯାଇଥିଲେ । ଯେତେବେଳେ ତାଙ୍କ ପରୀକ୍ଷା କରାଗଲା, ସେତେବେଳେ ସେ ୱେଲଭ ଦ୍ୱାରା ସଂକ୍ରମିତ ଥିବା ଜଣାପଡିଥିଲା ।

ଦ ନ୍ୟୁ ଇଂଲଣ୍ଡ ଜର୍ମାନ ଅଫ ମେଡିସିନର ସେପ୍ଟେମ୍ବର ରିପୋର୍ଟ ମୁତାବକ, ୨୦୧୯ରେ ୱେଷ୍ଟଲ୍ୟାଣ୍ଡର ଏକ ପାର୍କକୁ ଯିବା ବେଳେ ତାଙ୍କୁ ପୋକ କାମୁଡି ଥିଲା । ତାଙ୍କୁ ଜ୍ୱର ହେବା ସହ କିଛି ଅଙ୍ଗରେ ଶିଥିଳତା ଦେଖାଦେଇଥିଲା । ରୋଗକୁ ନେଇ ବହୁ ଖୋଜ ଖବର ପରେ ଜଣାପଡିଥିଲା ଇନର ମଙ୍ଗୋଲିଆ, ହେଇଲୋଙ୍ଗଜିୟାଙ୍ଗ, ଜିଲିନ, ଲିଓନିଙ୍ଗ ଓ ଚୀନରୁ ୧୭ ରୋଗୀ ଏହି ୱେଲଭ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଥିଲା ।
ତେବେ ସେହି ରୋଗୀଙ୍କ ଲକ୍ଷଣ ଭିନ୍ନ ଭିନ୍ନ ଥିଲା । ଜଣେ ରୋଗୀଙ୍କ ଠାରେ ନିରୋଲୋଜିକାଲ ଲକ୍ଷଣ ମିଳିଥିଲା।

ରିପୋର୍ଟରୁ ଆହୁରି ଜଣାପଡିଛି କି, ସାମାନ୍ୟ ପ୍ରୟୋଗଶାଳା ନିଷ୍କର୍ଷ ଲ୍ୟୁକୋପେନିଆ, ଥ୍ରୋମ୍ବୋସାଇଟୋପେନିଆ ଓ ଉଚା ଡିମର ତଥା ଲେକ୍ଟେଟ ଡିହାଇଡ୍ରୋଜନେଜ ସ୍ତରରେ ଥିଲା । ରୋଗୀଙ୍କ ମଧ୍ୟରୁ ୮ ଜଣଙ୍କ ଠାରୁ ସିରିଓଲୋଜିକାଲ ମୁଲ୍ୟାଙ୍କନରୁ ଜଣା ପଡିଥିଲା କି, ୱେଲଭ ବିଶିଷ୍ଟ ଆଣ୍ଟିବଡି ଟିଟର ତୀବ୍ର ନମୁନା ତୁଳନାରେ ୪ ଗୁଣା ଅଧିକ ରହିଥିଲା।

ଏବେ ଏହି ଭୂତାଣୁ ସଂକ୍ରମଣରେ ତୀବ୍ର ଅଭିବୃଦ୍ଧି ଦେଖିବାକୁ ମିଳିଛି । ପୁଣି ଏହି ଭୂତାଣୁ ବିଶ୍ୱକୁ ଆଉ ଏକ ମହାମାରି ଆଡକୁ ଟାଣି ନେବ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି ।ତେବେ କରୋନାର ସଂକ୍ରମଣ ଠୁ ଏହି ମାମଲା ଆହୁରି ଅଧିକ ହୋଇପାରେ ବୋଲି ଆଶା କରାଯାଉଛି ।ସମୟ ଥାଇ ଏହାର ସଂକ୍ରମଣ ରୋକିବା ଦିଗରେ କାମ ନ କଲେ ଏହା ଆଗାମୀ ଦିନରେ ଭୟଙ୍କର ରୂପ ବୋଲି କୁହାଯାଉଛ

Leave a Reply

Your email address will not be published. Required fields are marked *