ଟ୍ରେନ ଟ୍ରାକରେ ଏଲପିଜି ଗ୍ୟାସ ସିଲିଣ୍ଡର

ଟ୍ରେନ ଦୁର୍ଘଟଣା ପାଇଁ ବଡ ଷଡଯନ୍ତ୍ର। ପୁଣି ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଗଲା ଟ୍ରେନ। ଉତ୍ତରପ୍ରଦେଶର ପ୍ରେମପୁର ରେଳଷ୍ଟେସନ ନିକଟ ଧାରଣା ଉପରୁ ଏକ ଗ୍ୟାସ ସିଲିଣ୍ଡର ରଖାଯାଇଥିଲା । ଟ୍ରାକ ଉପରେ ଏଲପିଜି ଗ୍ୟାସ ସିଲିଣ୍ଡର ଦେଖିବା ମାତ୍ରେ ଏମରଜେନ୍ସି ବ୍ରେକ୍ ଲଗାଇଥିଲେ ମାଲବାହୀ ଟ୍ରେନର ଲୋକୋ ପାଇଲଟ୍। ଏ ସମ୍ପର୍କରେ ସୁରକ୍ଷାକର୍ମୀ ଖବର ପାଇବା ପରେ ଟ୍ରାକ୍ ଉପରୁ ଗ୍ୟାସ ସିଲିଣ୍ଡରକୁ ହଟାଇବା ସହ ଟ୍ରାକର ଅନ୍ୟ ସବୁ ସ୍ଥାନରେ ଯାଞ୍ଚ କରିଛନ୍ତି। ଟ୍ରେନଟି କାନପୁରରୁ ପ୍ରୟାଗରାଜ ଅଭିମୂଖେ ଯାଉଥିଲା। ତେବେ ଏହି ଦୁର୍ଘଟଣାରେ ଯାତ୍ରୀମାନଙ୍କର କୌଣସି କ୍ଷତି ଘଟିନଥିବା ସୂଚନା ମିଳିଛି । ଏହି ଘଟଣାକୁ ରେଳବାଇ ଡିଭିଜନ ଗୁରୁତର ସହ ନେଇ ଘଟଣାର ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ଗ୍ୟାସ ସିଲିଣ୍ଡର ବ୍ୟତୀତ ସେହି ଟ୍ରାକ ସାଇଡରୁ କିଛି ବିୟର କେନ ଓ ୱାୟର ଜବତ କରିଥିଲା। ଏହା ପୂର୍ବରୁ ଗତ ଅଗଷ୍ଟ ୧୭ ତାରିଖରେ କାନପୁର ନିକଟରେ ବାରଣାସୀ-ସାବରମତି ଏକ୍ସପ୍ରେସରେ ମଧ୍ୟ ଏଭଳି କିଛି ଘଟଣା ଘଟିଥିବା ଦେଖିବାକୁ ମିଳିଥିଲା । ତେବେ ବାରମ୍ବାର ଟ୍ରେନରେ ଏଭଳି ଅଘଟଣ ଘଟୁଥିବା ନେଇ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *