ଅଲମ୍ପିକ୍ସ ଉଦଘାଟନୀରେ ଭାରତୀୟଙ୍କ ଝଲକ

ଗତକାଲି ରାତିରେ ଫ୍ରାନ୍ସର ରାଜଧାନୀ ପ୍ୟାରିସଠାରେ ମହାସମାରୋହରେ ଆରମ୍ଭ ହୋଇଯାଇଛି ପ୍ୟାରିସ ଅଲିମ୍ପିକ୍ସ। ଫ୍ରାନ୍ସ ର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ବିଧିବଦ୍ଧ ଘୋଷଣା ପରେ ଆରମ୍ଭ ହୋଇଛି ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪। ପ୍ରଥମଥର ପାଇଁ ଉଦଘାଟନୀ ସମାରୋହରେ ସେନ୍ ନଦୀ ଉପରେ ଦେଖିବାକୁ ମିଳିଥିଲା ବିଭିନ୍ନ ଦେଶମାନଙ୍କର ଫ୍ଲୋଟିଂ ପରେଡ୍। ବୋଟ୍ ଡେକରେ କ୍ରୀଡ଼ାବିତ ମାନେ ନିଜ ନିଜ ଦେଶକୁ ପ୍ରତିନିଧିତ୍ୱ କରିଥିବା ବେଳେ,ଖ୍ୟାତନାମା ସେଲିବ୍ରିଟିଙ୍କ ନାଚଗୀତରେ ଦୁଲୁକିଥିଲା ପୁରା ଷ୍ଟେଜ। ଅଲମ୍ପିକ୍ସ ଉଦଘାଟନୀରେ ଦେଖିବାକୁ ମିଳିଥିଲା ଭାରତୀୟ ଖେଳାଳିଙ୍କ ଝଲକ | ପ୍ୟାରିସ ଅଲମ୍ପିକ୍ସ ଉଦଘାଟନୀ ସମାରୋହରେ ଫରଫର ଉଡ଼ିଲା ତ୍ରିରଙ୍ଗା। ଭାରତୀୟ କଣ୍ଟିନଜେଣ୍ଟର ନେତୃତ୍ୱ ନେଇ ଫ୍ଲାଗ୍ ବିୟରର୍ ସାଜିଥିଲେ ବ୍ୟାଡମିଣ୍ଟନ ଷ୍ଟାର୍ ପି.ଭି. ସିନ୍ଧୁ ଏବଂ ଟେବଲ୍ ଟେନିସ୍ ଲିଜେଣ୍ଡ୍ ଅଚନ୍ତା ଶରତ କମଳ। ସମସ୍ତ ଖେଳାଳି ଏବଂ ଷ୍ଟାଫ ମାନେ ତ୍ରିରଙ୍ଗା ଥିମ୍ ଥିବା କୁର୍ତ୍ତା ଏବଂ ଶାଢ଼ୀରେ ନଜର ଆସିଥିଲେ ।। ଏବଂ ଭାରତୀୟ ଖେଳାଳି ଓ ଷ୍ଟାଫମାନେ ହାତରେ ତ୍ରିରଙ୍ଗା ଧରି ପ୍ୟାରେଡ଼ରେ ସାମିଲ ହୋଇଥିଲେ । ଏଥର ପ୍ୟାରିସ ଅଲିମ୍ପିକ୍ସରେ ଚଳିତଥର ଭାରତରୁ ଭାଗ ନେଉଛନ୍ତି ସର୍ବାଧିକ ୧୧୭ ଜଣିଆ କଣ୍ଟିନଜେଣ୍ଟ। ସେଥିରେ ୪୭ ଜଣ ମହିଳା ଥିବାବେଳେ ୭୦ ପୁରୁଷ କ୍ରୀଡ଼ାବିତ୍ ଅଛନ୍ତି ।

Leave a Reply

Your email address will not be published. Required fields are marked *