ଆଖି ପିଛୁଳାକେ ଜଳିଗଲା ବସ୍‌ !

ଚାହୁଁ ଚାହୁଁ ଜଳିଗଲା ବସ୍‌ । ଆଖି ପିଛୁଳାକେ ଜଳିପୋଡି ପାଉଁଶ ହୋଇଗଲା । ସ୍କୁଲ ପିଲା ଓ ସେମାନଙ୍କ ଶିକ୍ଷକମାନଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ରେ ଲାଗିଗଲା ଭୟଙ୍କର ନିଆଁ। ଅଗ୍ନିକାଣ୍ଡରେ ବସ୍‌ଟି ସଂପୂର୍ଣ୍ଣ ପୋଡ଼ିଜଳି ପାଉଁଶ ହୋଇଯାଇଥିବା ବେଳେ ଏଥିରେ ପ୍ରାୟ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏପରି ଭୟଙ୍କର ଦୁର୍ଘଟଣାଟି ବ୍ୟାଙ୍କଙ୍କ ଉପକଣ୍ଠରେ ଘଟିଛି। ସୂଚନା ଅନୁସାରେ, ଗୋଟିଏ ବସ୍‌ରେ ଶିକ୍ଷକ ଓ ସ୍କୁଲ ପିଲାଙ୍କୁ ମିଶାଇ ମୋଟ ୪୪ ଜଣ ରହିଥିଲେ। ସମସ୍ତେ କେନ୍ଦ୍ରୀୟ ଉଥାଇ ଥାନି ପ୍ରଦେଶରୁ ବୁଲିବା ପାଇଁ ଆୟୁଥାୟା ଯାଉଥିଲେ। କିନ୍ତୁ ମଧ୍ୟାହ୍ନ ସମୟରେ ବସ୍‌ଟି ପାଥୁମ ଥାନି ପାଖରେ ଥିବା ବେଳେ ହଠାତ୍‌ ଘଟିଥିଲା ଅଘଟଣ। କେହି କିଛି ବୁଝିବା ଆଗରୁ ଚଳନ୍ତା ବସ୍‌ରେ ଲାଗି ଯାଇଥିଲା ନିଆଁ। ଏହା ଏତେ ଭୟଙ୍କର ଥିଲା ଯେ ଆଖି ପିଛୁଳାକେ ପୂରା ବସ୍‌କୁ ବ୍ୟାପିଯାଇଥିଲା। ଫଳରେ ଭିତରେ ଥିବା ଅଧିକାଂଶ ପିଲା ଓ ଶିକ୍ଷକ ଫସି ଯାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣ ବାହାରକୁ ଆସିବାକୁ ସକ୍ଷମ ହୋଇଥିଲେ ବି ବାକି ୨୫ ଜଣ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ଆହତ ମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *