ମଝି ସମୁଦ୍ରରେ ଓଲଟିଲା ଦେଶୀ ଡଙ୍ଗା

କେନ୍ଦ୍ରାପଡ଼ା, ୦୬/୦୮: ମଝି ସମୁଦ୍ରରେ ଘଟିଲା ବଡ ଅଘଟଣ | ଓଲଟିଲା ଡଙ୍ଗା | ପ୍ରବଳ ବର୍ଷା ସହ ଯାହାଦେ ତୋଫାନ ଆଣିଲା ଆବିଆପଡା | କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧିନ ମାଦିଲି ମୁହାଣରେ ଆଜି ଅପରାହ୍‌ଣରେ ଘଟିଛି ବଡ଼ ଅଘଟଣ | ୩ଟି ଦେଶୀ ଡଙ୍ଗା ଓଲଟିପଡ଼ିଛି | ସୌଭାଗ୍ୟବଶତଃ ଏଥିରେ ଥିବା ୧୨ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି | ସୂଚନା ଅନୁଯାୟୀ, ସୁନୀତି ପଞ୍ଚାୟତ ଅଧିନ ବୋବାଙ୍ଗଡିହ ଗ୍ରାମର ବୁଦ୍ଧଦେବ ଗିରି, ଶିବ ଆଦକ ଓ ଗୌତମ ବାଗ ଆଜି ସକାଳୁ ମାଛ ଧରିବା ପାଇଁ ସମୁଦ୍ରକୁ ପଶିଥିଲେ। ତାଙ୍କ ସାଥିରେ ଏହି ଡଙ୍ଗାରେ ଅନ୍ୟ ୯ ଜଣ ଜଣ ମତ୍ସ୍ୟଜୀବୀ ମଧ୍ୟ ସମୁଦ୍ର ଭିତରକୁ ଯାଇଥିଲେ।

ତେବେ ସମୁଦ୍ର ଭିତରେ ମାଦିଲି ମୁହାଣରେ ମାଛ ଧରୁଥିବା ସମୟରେ ହଠାତ ପ୍ରବଳ ବର୍ଷାକୁ ମାଡି ଆସିଲା ଝଡ଼ ତୋଫାନ | ସେହି ସମୟରେ ଡଙ୍ଗାଗୁଡ଼ିକ ନିଜର ସନ୍ତୁଳନ ହରାଇ ଓଲଟି ପଡ଼ିଥିଲା ଯାହା ଫଳରେ ଡଙ୍ଗାରେ ଥିବା ମାଛ ଓ ମାଛଧରା ସାମଗ୍ରୀ ଭାସି ଯାଇଥିଲା | ପାଖରେ ଥିବା ଅନ୍ୟ ମତ୍ସ୍ୟଜୀବୀମାନେ ପହଞ୍ଚି ୧୨ ଜଣ ମତ୍ସ୍ୟଜୀବୀ ଓ ୩ଟି ଦେଶୀଡଙ୍ଗା ଉଦ୍ଧାର କରିଥିଲେ | ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *