ମେଡିକାଲ କଲେଜରେ ଚାଲିଥିଲା ସେକ୍ସ ରାକେଟ୍‌

କୋଲକାତା : କୋଲକାତା ଆର୍‌ ଜି କର ମେଡିକାଲ କଲେଜରେ ଲେଡି ଡାକ୍ତରଙ୍କୁ ହତ୍ୟା ଏବଂ ଗଣଦୁଷ୍କର୍ମ ମାମଲାରେ ଏବେ ସାରାଦେଶ ଜଳୁଥିବା ବେଳେ ଏବେ ଏହି କଲେଜକୁ ନେଇ ଆସିଛି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ। ମେଡିକାଲ କଲେଜରେ ପାଠପଢା ସହିତ ଚାଲୁଥିଲା ସେକ୍ସ ରାକେଟ। ଆଉ ଏଥିରେ ସାମିଲ ଥିଲେ ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷ। ଆଉ ଏ ସବୁର ଗୁମର ଏବେ ଖୋଲିଛନ୍ତି ସେତେବେଳର ଡେପୁଟି ଅଧ୍ୟକ୍ଷ ଥିବା ଅଖତାର ଅଲ୍ଲୀ। ହଷ୍ଟେଲକୁ ଆସୁଥିଲେ ବାହାର ଯୁବତୀ। ଆଉ ଏସବୁ କଳା କାରନାମାର ପ୍ରଚ୍ଛଦପଟ ନାୟକ ଥିଲେ ସେତେବେଳର ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷ। ଡେପୁଟି ଅଧକ୍ଷ ଅଖତର୍ ଅଲ୍ଲୀ ଗତବର୍ଷ ପ୍ରଥମେ ସନ୍ଦୀପ ଘୋଷଙ୍କ ଗୁମର ଖୋଲିଥିଲେ। ହେଲେ କିନ୍ତୁ କିଛି ବଡ଼ ବଡିଆଙ୍କ ହାତ ସନ୍ଦୀପଙ୍କ ଉପରେ ଥିଲା ଯାହାଦ୍ୱାରା ତାଙ୍କୁ ସୁରକ୍ଷା ମିଳୁଥିଲା। ସେ ଆହୁରି ମଧ୍ୟ କହିଛନ୍ତି ହସ୍ପିଟାଲରେ ଅଙ୍ଗ ତସ୍କରୀ କରାଯାଏ। ଏବଂ ଏଥିରେ ତାଙ୍କ ଝିଅ ମଧ୍ୟ ସାମିଲ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *