ଭୁବନେଶ୍ୱର: ରାଜ୍ୟରେ ଏବେ ଦେଖାଦେଇଥିବା ଆଳୁ ସଙ୍କଟ ଭିତରେ ଆସିଛି ଖାଉଟିଙ୍କ ପାଇଁ ଏକ ଭଲ ଖବର। ଏଣିକି ଅତିରିକ୍ତ ଜିଲ୍ଲାପାଳ ବାଣ୍ଟିବେ ଆଳୁ । ୧୦୦ ଟଙ୍କାରେ ୩ କିଲୋ ଆଳୁ ପାଇବେ ଗ୍ରାହକ। ଆଜିଠାରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭୁବନେଶ୍ୱରର ବିଭିନ୍ନ ଡିଲରମାନଙ୍କୁ ଆଳୁ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଳୁ ନେଇ ସେମାନେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ ଆଳୁ ବିକ୍ରି କରିବେ। ଏଥିପାଇଁ ଆଳୁ ଭର୍ତ୍ତି ଟ୍ରକ ଗୁଡିକ ଭୁବନେଶ୍ୱର ସ୍ଥିତ ଆଇଗଣିଆ ଗୋଦାମରୁ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଛି । ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟ ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଗତ କିଛି ଦିନ ହେବ ରାଜ୍ୟରେ ଆଳୁ ସଙ୍କଟ ଲାଗିରହିଛି। ପଶ୍ଚିମବଙ୍ଗରୁ ଆଳୁ ଗାଡି ନ ଆସିବା ଫଳରେ ରାଜ୍ୟରେ ଏଭଳି ସ୍ଥିତି ଦେଖାଦେଇଛି।