୪୦୦ ବର୍ଷ ପୁରୁଣା ମନ୍ଦିରରେ ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ, ୧୬/୦୯: ମନୋରଞ୍ଜନ ଜଗତରୁ ଆସିଲା ବଡ ଖବର l ପ୍ରସିଦ୍ଧ ବଲିଉଡ୍ ଓ ଟଲିଉଡ୍ ଅଭିନେତ୍ରୀ ଅଦିତି ରାଓ ହାଇଦରୀ ଓ ସିଦ୍ଧାର୍ଥ ନାରାୟଣ ଦୁହେଁ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ। ମାର୍ଚ୍ଚରେ ଏହି ସୁନ୍ଦର କପଲ ନିର୍ବନ୍ଧ କରିଥିଲେ। ପ୍ରଶଂସକମାନେ ସେମାନଙ୍କ ବିବାହକୁ ଅପେକ୍ଷା କରିଥିଲେ । ଶେଷରେ ଅପେକ୍ଷାର ଅନ୍ତ ଘଟିଛି l ବର୍ତମାନ ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି କପଲ । ଅଭିନେତ୍ରୀ ଅଦିତି ରାଓ ସିଦ୍ଧାର୍ଥଙ୍କ ସହ ତାଙ୍କ ବିବାହର ପ୍ରଥମ ଫଟୋ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହା ବର୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି l

ବିବାହ ଫଟୋରେ ଏହି କପଲ ପାରମ୍ପରିକ ପୋଷାକ ପରିଧାନ କରିବା ସହ ପରସ୍ପରଙ୍କ ମଧ୍ୟରେ ସୁନ୍ଦର କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳିଛି । ଏବେ ସୋସିଅଲ ମିଡିଆରେ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଅଦିତି ଏବଂ ସିଦ୍ଧାର୍ଥ ଇନଷ୍ଟାଗ୍ରାମରେ ଅନେକ ଫଟୋ ସେୟାର କରିଛନ୍ତି । ଅଦିତି ହାଲୁକା ବ୍ରାଉନ୍ ରଙ୍ଗର ଶାଢି ପିନ୍ଧିଛନ୍ତି। କେଶରେ ଗଜରା ସହିତ, ସେ ନିଜ ସିମ୍ପଲ ଲୁକରେ ସବୁଠାରୁ ସୁନ୍ଦର ଓ ଦେଖାଯାଉଛନ୍ତି । ଏଥି ସହିତ ସିଦ୍ଧାର୍ଥ ଧଳା ରଙ୍ଗର ଧୋତି ଏବଂ କୁର୍ତ୍ତା ପିନ୍ଧିଛନ୍ତି। ସିଦ୍ଧାର୍ଥଙ୍କ ସହ ତାଙ୍କ ବିବାହ ସେୟାର କରିବା ବେଳେ ଅଦିତି କ୍ୟାପସନରେ ଲେଖିଛନ୍ତି, ‘ତୁମେ ମୋର ସୂର୍ଯ୍ୟ, ମୁଁ ତୁମର ଚନ୍ଦ୍ର .. ତାଙ୍କ ଫ୍ୟାନ୍ସମାନେ ଏହି ଫଟୋ ଦେଖି ଖୁସି ହୋଇଯାଇଛନ୍ତି।

ଚଳିତ ବର୍ଷ ପ୍ରାରମ୍ଭରେ ଗଣମାଧ୍ୟମ ସହ ଆଦିତି ରାଓ କଥା ହେବା ସମୟରେ ସେ ପ୍ରକଶ କରିଥିଲେ ଯେ, ସେ ଓ ସିଦ୍ଧାର୍ଥ ନାରାୟଣ ୱାନାପାର୍ଥିରେ ଥିବା ୪୦୦ ବର୍ଷ ପୁରୁଣା ମନ୍ଦିରରେ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି l ଯାହା ବର୍ତ୍ତମାନ ସତରେ ପରିଣତ ହୋଇଛି, ୱାନାପାର୍ଥିରେ ଥିବା ୪୦୦ ବର୍ଷ ପୁରୁଣା ମନ୍ଦିରରେ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନ ଭଳି ପବିତ୍ର ବନ୍ଧନରେ ବାନ୍ଧି ହୋଇଛନ୍ତି l

Leave a Reply

Your email address will not be published. Required fields are marked *