ଆସନ୍ତାକାଲିଠାରୁ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ

ନୂଆଦିଲ୍ଲୀ : ଆକାଶରେ ଦେଖାଯିବାକୁ ଯାଉଛି ଏକ ବିରଳ ଦୃଶ୍ୟ। ଦୀର୍ଘ ୮୦ହଜାର ବର୍ଷ ପରେ ପୃଥିବୀର ନିକଟତର ହେବ ଏକ ଧୂମକେତୁ। ଏହା ସେପ୍ଟେମ୍ୱର ଶେଷ ଓ ଅକ୍ଟୋବର ଆରମ୍ଭରେ ଦେଖାଯିବ। ଯାହାର ନାଁ ରହିଛି ସୁଚିନ୍‌ସାନ୍-ଏଟିଏଲ୍‌ଏଏଲ୍। ଏହାକୁ ସାରା ବିଶ୍ୱବାସୀ ଦେଖିପାରିବେ। ଏଥିସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଧୁମକେତୁକୁ ଦେଖିବା ପାଇଁ କୌଣସି ଦୂରବୀକ୍ଷଣ ଯନ୍ତ୍ର ବା ଟେଲିସ୍କୋପ୍ ଦରକାର ନାହିଁ। ଆପଣ ମାନେ ଏହାକୁ ପୁରା ଖାଲି ଆଖିରେ ଦେଖିପାରିବେ। ଏହା ୨୭ ସେପ୍ଟେମ୍ବରରୁ ଅକ୍ଟୋବର ୨ତାରିଖ ମଧ୍ୟରେ ଦେଖାଦେବାର ସମ୍ଭାବନା ରହିଛି। ଏହାକୁ ଦେଖିବାର ସଠିକ୍ ସମୟ ହେଉଛି ୨୯ ସେପ୍ଟେମ୍ବର ଏବଂ ୩୦ସେପ୍ଟେମ୍ବର ଭୋର୍। ସୂର୍ଯ୍ୟ ଉଦୟ ହେବାର ଅଧ ଘଣ୍ଟା ପୂର୍ବରୁ ଆପଣ ଏହାକୁ ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ଦେଖିପାରିବେ। ଏହା ଭୋରରୁ ଦେଖାଯାଉଥିବା ଏକ ଅର୍ଦ୍ଧଚନ୍ଦ୍ର ସହିତ ଦୃଶ୍ୟମାନ ହେବ। ଏବଂ ଏହା ରାତିରେ ୨୦ଟି ଉଜ୍ଜ୍ୱଳ ତାରକା ପରି ଦେଖାଯିବ। ଅକ୍ଟୋବର ୨ ତାରିଖ ପରେ, ଏହା ସୂର୍ଯ୍ୟ କିରଣରେ ଅଦୃଶ୍ୟ ହୋଇଯିବ। ଏବଂ ଏହା ପରେ ପୁନର୍ବାର ଅକ୍ଟୋବର ୧୨ତାରିଖରେ ଦୃଶ୍ୟମାନ ହେବ ।

Leave a Reply

Your email address will not be published. Required fields are marked *