ମଣିଷ ଖାଉଛି ମଣିଷ ମାଂସ

ଜନ୍ମ ପରେ ମୃତ୍ୟ ଏକ ନିରବଛିନ୍ନ ପ୍ରକ୍ରିୟା ଅଟେ। ବାସ୍ତବରେ ପ୍ରିୟଜନଙ୍କ ମୃତ୍ୟୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଦୁଃଖଦାୟକ ହୋଇଥାଏ । ରୀତିନୀତି ଏବଂ ପରମ୍ପରା ଅନୁଯାୟୀ ମଣିଷର ମୃତ୍ୟୁ ପରେ, ତାଙ୍କର ଶେଷକୃତ୍ୟ କରାଯାଇ ତାଙ୍କ ଆତ୍ମାକୁ ଶାନ୍ତି ଦିଆଯାଏ। ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରିଥାନ୍ତି। ଭିନ୍ନ ଭିନ୍ନ ସ୍ଥାନରେ ଏବଂ ଭିନ୍ନ ଭିନ୍ନ ଧର୍ମରେ ଶବଦାହ କରିବାର ରୀତିନୀତି ପ୍ରକ୍ରିୟା ସମ୍ପୂର୍ଣ ଅଲଗା ହୋଇଥାଏ । କେଉଁଠି ମୃତଦେହକୁ ନିଆଁରେ ଜଳାଇ ଦିଆଯାଏ ତ ଆଉ କେଉଁଠି ମୃତଦେହକୁ ମାଟିରେ ପୋତି ଦିଆଯାଏ। କିନ୍ତୁ ଏପରି ପରିସ୍ଥିତିରେ, ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମୃତ୍ୟୁ ପରେ ମୃତଦେହକୁ ଲୋକମାନେ କାଟି ଖାଇଥା’ନ୍ତି । ଇଣ୍ଡୋ-ୟୁରୋପୀୟ ଅଞ୍ଚଳରେ ଖାସ୍‌ କରି ଗ୍ରାମୀଣ ତଥା ଆଦିବାସୀ ସମ୍ପ୍ରଦାୟରେ ଏହି ପ୍ରଥା ପରମ୍ପରା ଦୀର୍ଘ ୮ ବର୍ଷରୁ ଚାଲିଆସୁଛି। ଏହି ପରମ୍ପରାରେ ମୃତ୍ୟୁ ପରେ ଲୋକମାନେ ମୃତଦେହକୁ କାଟି ଖାଇଥା’ନ୍ତି। ଏହା ଏକ ଅଦ୍ଭୁତ ପରମ୍ପରା ହୋଇଥିଲେ ବି ସେଠାରେ ଏହା ଦୀର୍ଘ ବର୍ଷରୁ ପ୍ରଚଳିତ ହୋଇଆସୁଛି। ଏହାକୁ ନେଇ କେତେକ ଐତିହାସିକ ମାନେ ମତ ଦିଅନ୍ତି ଯେ ଏହି ପ୍ରଥା ଦ୍ୱାରା ମୃତଦେହରୁ ମଦ ପ୍ରସ୍ତୁତ ହୋଇଥାଏ ଏବଂ ଏହାକୁ ପ୍ରସ୍ତୁତ କରି ପ୍ରିୟଜନଙ୍କ ସ୍ମୃତିରେ ଏହାକୁ ପିଆ ଯାଇଥାଏ। ଏହିଭଳି ସମାନ ପ୍ରଥା ଦୁନିଆର ଅନ୍ୟ ଭାଗରେ ମଧ୍ୟ ଦେଖିବାକୁ ମିଳେ। ବୈଜ୍ଞାନିକ ଦୃଷ୍ଟିକୋଣରୁ ତଥା ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା ଦୃଷ୍ଟିରୁ ମୃତ ଶରୀରକୁ ଖାଇବା ଭଲ ନୁହେଁ ବୋଲି ବିବେଚନା କରାଯାଏ । କିନ୍ତୁ କିଛି ଅନୁସନ୍ଧାନ ମୂଳକ ଗବେଷଣାରୁ ଜଣାପଡେ ଯେ ଏହି ପ୍ରଥା ପରିବେଶ ଦୃଷ୍ଟିକୋଣରୁ ଭଲ ହୋଇପାରେ, କାରଣ ଏହା ପ୍ରାକୃତିକ ଚକ୍ରର ଏକ ଅଂଶ ଅଟେ ।

Leave a Reply

Your email address will not be published. Required fields are marked *