ପ୍ରଧାନମନ୍ତ୍ରୀଙ୍କ ପରେ ଏବେ ଟାର୍ଗେଟ ରେ ସୁପ୍ରିମକୋର୍ଟ

ବାଂଲାଦେଶ : ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଦରୁ ଇସ୍ତଫା ଦେବା ପରେ ଏବେ ବାଂଲାଦେଶରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ହୋଇଛି। କିନ୍ତୁ ଏହାପରେ ମଧ୍ୟ ସେଠାରେ ହିଂସା ଥମିନାହିଁ । ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ଏଥର ଛାତ୍ର ସଂଗଠନ ସୁପ୍ରିମକୋର୍ଟକୁ ଟାର୍ଗେଟ କରିଛନ୍ତି। ବିକ୍ଷୋଭକାରୀ ମାନେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତି ମାନଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବା ଆରମ୍ଭ କରି ଦେଇଛନ୍ତି। ସୂଚନା ଅନୁସାରେ ବାଂଲାଦେଶରେ ଆରମ୍ଭ ହୋଇଥିବା ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସେଠାରେ ଛାତ୍ର ସଂଗଠନ ର ବ୍ୟାପକ ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପାଇଁ ଦାବି କରିଥିଲେ ଆନ୍ଦୋଳନକାରୀ। ହିଂସା ପରେ ସ୍ଥିତି ଏପରି ଅଣାୟତ୍ତ ହୋଇପଡିଲା ଯେ ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ପଳେଇ ଆସିଥିଲେ ଶେଖ୍ ହସିନା।

Leave a Reply

Your email address will not be published. Required fields are marked *