ପୁଣି ଭାରତରେ ଚାଇନିଜ ରସୁଣ

ଉତ୍ତରପ୍ରଦେଶ : ମନା କରିବା ସତ୍ତ୍ୱେ ମଧ୍ୟ ଭାରତକୁ ବେଧଡକ ପଶୁଛି ଶହ ଶହ ଟନ୍‌ର ଚାଇନିଜ ରସୁଣ। ସ୍ୱାସ୍ଥ୍ୟ ଉପରେ ଏହାର ସାଂଘାତିକ କୁପ୍ରଭାବ ପଡ଼ୁଥିବାରୁ ଭାରତ ସରକାର ଏହାକୁ ଦେଶରେ ବ୍ୟାନ୍‌ କରିଛନ୍ତି। କିନ୍ତୁ ନେପାଳ ଦେଇ ଏହାର ଚୋରା ଚାଲାଣ କରାଯାଇ ଭାରତ ବଜାରକୁ ଛଡ଼ା ଯାଉଛି ଏହି ରସୁଣ । ଉତ୍ତରପ୍ରଦେଶର ମହାରାଜଗଞ୍ଜ ଅଞ୍ଚଳରୁ ୧୪ଶହ କୁଇଣ୍ଟାଲ ଚାଇନିଜ ରସୁଣ ଜବତ ହେବା ପରେ ଏହି ଘଟଣା ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି । ଚୀନରୁ ଆସୁଥିବା ଏହି ରସୁଣ ପ୍ରାକୃତିକ ଉପାୟରେ ନୁହେଁ ବରଂ କୁତ୍ରିମ ଉପାୟରେ ଅମଳ କରାଯାଉଛି । ଏଥିରେ ସାଂଘାତିକ ଫଙ୍ଗସ୍‌ ରହୁଥିବାରୁ ଏହା ଶରୀର ପାଇଁ ଏହା ଖୁବ୍‌ କ୍ଷତିକାରକ ହୋଇଥାଏ । ମହାରାଜଗଞ୍ଜ ଅଞ୍ଚଳରେ ଚାଇନିଜ୍‌ ରସୁଣ ବିପୁଳ ପରିମାଣଣର ପହଞ୍ଚିଥିବା ସୂଚନା ପାଇ ତୁରନ୍ତ କଷ୍ଟମ ବିଭାଗ ଅଧିକାରୀ ପହଁଞ୍ଚି ତାହାକୁ ଜବତ କରିଥିଲେ। ଏହାପରେ ତାହାକୁ ନଷ୍ଟ କରିବାକୁ ଯାଇ ମାଟି ଖୋଳି ପୋତି ଦେଇଥିଲେ। କିନ୍ତୁ ଏନେଇ ସୂଚନା ପାଇବା ପରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ପହଞ୍ଚି ମାଟି ତାଡ଼ି ରସୁଣ ସବୁକୁ ବୋହି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଏନେଇ ସେମାନଙ୍କୁ ପଚରାଯିବାରୁ ଏହାକୁ ସେମାନେ ଖାଇବାରେ ନୁହେଁ ବରଂ ନିଜ ଜମିରେ ଖତ ଭାବ ବ୍ୟବହାର କରିବେ ବୋଲି କହିଥିଲେ। ଆଉ କିଛି ଲୋକ ଏବେ ଏହାକୁ ଖାଇବେ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *