ଆଜି ଆସିପାରେ ବଡ ନିଷ୍ପତ୍ତି !

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ । ଆୟୋଜିତ ବୈଠକରେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିବାର ସମ୍ଭାବନା ରହିଛି। ଏଥିରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଆଦେଶ ୨୦୧୬ ସଂଶୋଧିତ ହୋଇପାରେ। ଏବଂ ଓଡ଼ିଶା ନ୍ୟାୟିକ ସେବା ନିୟମ ୨୦୦୭ ବି ସଂଶୋଧିତ ହୋଇପାରେ। ଏହା ବ୍ୟତୀତ ଆଡ୍‌ଭୋକେଟ୍‌ ଜେନେରାଲଙ୍କ ପାରିଶ୍ରମିକ ନେଇ ଆଜି ବଡ଼ ନିଷ୍ପତ୍ତି ଆସିପାରେ ବୋଲି ଅନୁମାନ କରାଯାଉଛି। ଯାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏଥିରେ ସମସ୍ତ ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଭାଗୀୟ ସଚିବ ଯୋଗଦେବେ।

Leave a Reply

Your email address will not be published. Required fields are marked *