ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା।

ଭୁବନେଶ୍ୱର : ପୁଣି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଧା ରହିଗଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ। ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା। ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଏକ ବସ ଭାରସାମ୍ୟ ହରାଇ ଏନଏଚରୁ ୨୦ ଫୁଟ ତଳକୁ ଓଲଟି ପଡିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚାଲନ୍ତି ବାଇପାସ ନିକଟରେ ବିଳମ୍ବିତ ରାତିରେ ଘଟିଛି ଏହି ସଡକ ଦୁର୍ଘଟଣା ।ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୧୮ ତାରିଖରୁ ଉତ୍ତରପ୍ରଦେଶରୁ ତୀର୍ଥଯାତ୍ରୀଙ୍କୁ ନେଇ ଆସୁଥିଲା ଏହି ବସ୍ । ଗତକାଲି ରାତିରେ କଲିକତାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ଗୋଟାଏ ସମୟରେ ଦୁର୍ଘଟଣା ଘଟିଛି । ବସରେ ମୋଟ ୫୭ ଜଣ ଯାତ୍ରୀ ଥିବା ବେଳେ ୨୨ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହାସହ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୪ ମୃତକ ହେଲେ ରାଜେଶ କୁମାର ମିଶ୍ର, ସାନ୍ତରାମ ଯାଦବ, କମଳାଦେବୀ ଯାଦବ ଓ ରାଜପ୍ରସାଦ ଯାଦବ । ଘଟଣାସ୍ଥଳରେ ଏନଏଚ ପେଟ୍ରୋଲିଂ ଭ୍ୟାନ, ଜଳେଶ୍ୱର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *