ପୁଣି ଗଲା ଆଉ ଜଣେ ଆଇଆଇଟି ଛାତ୍ରଙ୍କ ଜୀବନ

ଆସାମ : ପୁଣି ଆତ୍ମହତ୍ୟା କଲେ ଆଉ ଜଣେ ଆଇଆଇଟି ଛାତ୍ର। ଆସାମର ଗୌହାଟୀ ଆଇଆଇଟି କଲେଜରେ ଘଟିଛି ଏହି ଘଟଣା। ଛାତ୍ରଜଣକ ନିଜ ହଷ୍ଟେଲ ରୁମ୍‌ କବାଟକୁ ବହୁ ସମୟ ପର୍ଯ୍ୟନ୍ତ ନ ଖୋଲି ବନ୍ଦ ରଖିଥିବାରୁ ତାଙ୍କ ସାଙ୍ଗମାନେ କବାଟ ବାଡ଼େଇଥିଲେ। ମାତ୍ର ସେ କବାଟ ନ ଖୋଲିବାରୁ ତାଙ୍କ ସାଙ୍ଗମାନେ ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ ଓ ପୁଲିସ୍‌କୁ ସଙ୍ଗେ ସଙ୍ଗେ ସୂଚନା ଦିଆଯାଇଥିଲା। ଖବର ପାଇ ପୁଲିସ୍‌ ହଷ୍ଟେଲରେ ପହଞ୍ଚିବା ପରେ ପ୍ରଥମେ ରୁମ ର କବାଟ ଭାଙ୍ଗିଥିଲେ। ଏହାପରେ ରୁମ ଭିତରୁ ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା । ପୋଲିସ ମୃତଦେହକୁ ଜବତ କରି ଗୌହାଟୀ ମେଡିକାଲ କଲେଜକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଛାତ୍ର ଜଣଙ୍କର ବୟସ ପାଖାପାଖି ୨୧ ବର୍ଷ ହୋଇଥିବା ବେଳେ ତାଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡିଛି। ଗୌହାଟୀ ଆଇଆଇଟି କଲେଜରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଏହାକୁ ନେଇ ଏବେ ଛାତ୍ରମାନେ ତାତି ଯାଇଛନ୍ତି। ଏପରିକି ଏହି ଘଟଣା ପରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏକାଠି ହୋଇ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଗତ ମାସ ୯ ତାରିଖରେ ୨୪ ବର୍ଷୀୟ ଜଣେ ହଷ୍ଟେଲ ଛାତ୍ରଙ୍କୁ ନିଜ ରୁମ୍‌ରୁ ମୃତ ଅବସ୍ଥାରେ ମଧ୍ୟ ଉଦ୍ଧାର କରାଯାଇଥିଲା।

Leave a Reply

Your email address will not be published. Required fields are marked *