ପ୍ୟାରିସ୍ : ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ। ୫୭ କେଜି ଫ୍ରି ଷ୍ଟାଇଲ୍ ରେସଲିଂ ତଥା ପୁରୁଷ କୁସ୍ତିରେ ଭାରତର ଅମନ ସେରାୱତଙ୍କୁ ମିଳିଛି ବ୍ରୋଞ୍ଜ ପଦକ। ଏହି ସଫଳତା ସହ ଭାରତର ପଦକ ସଂଖ୍ୟା ବର୍ତ୍ତମାନ ୬ରେ ପହଞ୍ଚିଛି। ଅମନ୍ ହେଉଛନ୍ତି ଅଲିମ୍ପିକ୍ସରେ ମେଡାଲ୍ ଜିତିବାରେ ସପ୍ତମ ଭାରତୀୟ ରେସଲର। ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଜାପାନ ପ୍ରତିଯୋଗୀଙ୍କଠୁ ୦-୧୦ରେ ହାରିଥିଲେ ଅମନ ସେରାୱତ। ଭାରତ ସର୍ବମୋଟ ୬ ଟି ମେଡାଲ ଜିତିଥିବା ବେଳେ ସେଥିରେ ୫ଟି ବ୍ରୋଞ୍ଜ ଏବଂ ଗୋଟିଏ ସିଲଭର ମେଡାଲ ରହିଛି। ଅଲିମ୍ପିକ୍ସରେ ଭାରତର ଅମନ୍ ସେରାୱତ ବ୍ରୋଞ୍ଜ ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।