କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଓ କର୍ମଚାରୀ ଫେଡେରେସନଙ୍କ ମିଳିତ ଆହ୍ଵାନରେ ଅନୁଗୋଳ ଜିଲ୍ଲାରେ ସର୍ବ ଭାରତୀୟ ସାଧାରଣ ଧର୍ମ ଘଟ ଓ ଭାରତ ବନ୍ଦ ଆନ୍ଦୋଳନ ।

କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଓ କର୍ମଚାରୀ ଫେଡେରେସନଙ୍କ ମିଳିତ ଆହ୍ଵାନରେ ଅନୁଗୋଳ ଜିଲ୍ଲାରେ ସର୍ବ ଭାରତୀୟ ସାଧାରଣ ଧର୍ମ ଘଟ ଓ ଭାରତ ବନ୍ଦ ଆନ୍ଦୋଳନ ।

କେନ୍ଦ୍ର ସରକାରଙ୍କ, ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ଓ ଘରୋଇ କରଣ ପଦକ୍ଷେପ ବିରୁଦ୍ଧରେ ୧୦ଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଓ କର୍ମଚାରୀ ଫେଡେରେସନଙ୍କ ମିଳିତ ଆହ୍ଵାନରେ ଅନୁଗୋଳ ଜିଲାର ବିଭିନ୍ନ ଜାଗାରେ ଦୁଇ ଦିନିଆ ସର୍ବ ଭାରତୀୟ ସାଧାରଣ ଧର୍ମଘଟ ଓ ଭାରତ ବନ୍ଦ କରାଯାଇଛି । ଏହା ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ବିଭିନ୍ନ ସ୍ଥାନରେ ବନ୍ଦ ପାଳିତ ହେବ ବୋଲି ଟ୍ରେଡ଼ ୟୁନିୟନ ପକ୍ଷରୁ ସୂଚନା ଦେଇଛନ୍ତି l ଏହି ସର୍ବ ଭାରତୀୟ ଧର୍ମଘଟ କୁ ସଫଳ କରିବା ପାଇଁ ଜନ ସାଧାରଣ ଙ୍କୁ ଅନୁରୋଧ କରାଯାଇଛି l ଟ୍ରେଡ଼ ୟୁନିୟନ ଦ୍ଵାରା ମୁଖ୍ୟତଃ ୧୨ ଦଫା ଦାବି ନେଇ ଆଜି ଯେଉଁ ଭାରତ ବନ୍ଦ ଡାକରା ଦିଆଯାଇଛି ସେଗୁଡିକ ମଧ୍ୟରୁ ଅନୁଗୋଳ ଜିଲ୍ଲା ନାଲକୋ ରେ ବିଭିନ୍ନ ଶ୍ରମିକ ସଂଗଠନ ତରଫରୁ ଦାବି ଗୁଡିକ ହେଲା ନାଲକୋ ର ଘରୋଇ କାରଣ ପ୍ରସ୍ତାବ କୁ ବିରୋଧ , ନାଲକୋ କୁ ଅନବରତ କୋଇଲା ଯୋଗାଣ , ଅନୁଗୋଳ ରୁ ବଅଁରପାଳ ପର୍ଯ୍ୟନ୍ତ NH-55 ପୁନଃ ନିର୍ମାଣ , ପେଟ୍ରୋଲ , ଡିଜେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଦର ବୃଦ୍ଧି କୁ ବିରୋଧ ,ଶ୍ରମିକ ବିରୋଧୀ 4 ଟି ଶ୍ରମକୋଡ଼ କୁ ବିରୋଧ , ବ୍ୟାଙ୍କ ଗୁଡିକର ଘରୋଇ କରଣ କୁ ବିରୋଧ ଆଦି ୧୨ ଟି ଦାବି କୁ ନେଇ ଭାରତ ବନ୍ଦ କରିଛନ୍ତି ।

ଅନୁଗୋଳ ରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ ଦେଶର ପତାକା ଉତ୍ତୋଳନ କଲା |

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ…

ଭାରତ02/12/2023; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ କ୍ରମାଗତ ଭାବେ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରୁଛି | ଭାରତ ପ୍ରତି ବିଶ୍ୱର ଅନ୍ୟ ଦେଶର ବିଶ୍…
ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ମୁମ୍ବାଇ: ଅଭିନେତା ତଥା ଷ୍ଟାଣ୍ଡଅପ କମେଡିଆନ ବୀର ଦାସ ନିକଟରେ ନେଟଫ୍ଲିକ୍ସ ଷ୍ଟାଣ୍ଡଅପ ସ୍ପେଶାଲିଷ୍ଟ ଏମି ପୁରସ୍କାର ଜିତିଥିଲେ। ତାଙ୍କର ଏହି ସଫଳତା ପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ…
ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ ୧୦୦-୧୫୦ ତାରା

ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ…

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଦେଖିଥିବେ, ଶୁଣିଥିବେ ଆକାଶରେ ପଡୁଥିବା ତାରା ବିଷୟରେ। ଯଦି ଶହ ଶହ ତାରକା ଏକାଠି ପଡ଼ିବା ଆରମ୍ଭ କରିବେ ତେବେ କ’ଣ ହେବ ଅନୁମାନ…

Leave a Reply

Your email address will not be published. Required fields are marked *