ରାଧାକୃଷ୍ଣ ମନ୍ଦିରରେ ନୂତନ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ I

ରାଧାକୃଷ୍ଣ ମନ୍ଦିରରେ ନୂତନ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ I

ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଦିଗାପଡ଼ା ପଞ୍ଚାୟତ ର ରେଙ୍ଗିଟିପଲ୍ଲୀ ଗ୍ରାମରେ ରାଧାକୃଷ୍ଣ ମନ୍ଦିର ର ରତ୍ନମୁଦ୍ରା, ମନ୍ଦିର ଏବଂ ନୂତନ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଆଜି ଠାରୁ ଆରମ୍ଭ ହୋଇଛି ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ ଯଥା ଜ୍ଞାନଯଜ୍ଞ, ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ ଓ ଗୋଯଜ୍ଞ | ବରିଷ୍ଠ ପଣ୍ଡିତ ଆଚାର୍ଯ୍ୟ ଲକ୍ଷ୍ମୀ ନାରାୟଣ ମିଶ୍ର ଓ ପ୍ରଚାରକ ବିରୁପାକ୍ଷ ସାମନ୍ତରାୟ ଙ୍କ ପୌରହିତରେ ଆୟୋଜିତ ଉକ୍ତ ମହା ଯଜ୍ଞ ରେ ରେଙ୍ଗିଟିପଲ୍ଲୀ ଗ୍ରାମବାସୀ ଙ୍କ ସମେତ ଅଞ୍ଚଳର ବହୁ ଭକ୍ତ ଉପସ୍ଥିତ ଥିଲେ | ବୈଦିକ ରୀତିନୀତି ଅନୁସାରେ ବରିଷ୍ଠ ବ୍ରାହ୍ମଣ ଙ୍କ ଦ୍ୱାରା ପୂଜାବିଧି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଗ୍ରାମର ବହୁ ମହିଳା, ପୁରୁଷ ନୂତନ ବସ୍ତ୍ର ପରିଧାନ କରି ଉକ୍ତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ | 28 ତାରିଖରୁ ଆରମ୍ଭ ହୋଇଥିବା ଉକ୍ତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଅନ୍ନ ପ୍ରସାଦ ସେବନ ଓ ପ୍ରବଚନ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଆସନ୍ତା ଅପ୍ରେଲ ତିନି ତାରିଖ ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିବା ନେଇ ସୂଚନା ମିଳିଛି |

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *