ପ୍ରାଚୀନ ସାହିତ୍ୟ ଓ ସଂସ୍କୃତି ର ବାର୍ତ୍ତାବହ ଜନାର୍ଦ୍ଦନପୁର ବାଦୀପାଲା ମଞ୍ଚ ।

କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜନାର୍ଦ୍ଦନପୁର ଶନିଶ୍ଚର ମଣ୍ଡପରେ ବାଦୀପାଲା ମହିଳା ପାଲାଗାୟକ ମାନଙ୍କ ଦ୍ୱାରା ଅନୁଷ୍ଠିତ ହେଉଅଛି। ସାମ୍ପ୍ରତିକ କାଳ ରେ ଅବକ୍ଷୟମୁଖୀ ସମାଜ କୁ ମାର୍ଗ ଦର୍ଶନ ପରିପ୍ରେକ୍ଷୀରେ ଜନସାଧାରଣ ଙ୍କ ମନରେ ସାମାଜିକ ଓ ସାଂସ୍କୃତିକ ଚେତନା ଉଦ୍ରେକ ନିମନ୍ତେ ଗ୍ରାମାଞ୍ଚଳ ରେ ପାଲା ହିଁ ଏକ ମାତ୍ର ମାଧ୍ୟମ ବୋଲି ଆୟୋଜକ ମାନେ ମତପୋଷଣ କରିଛନ୍ତି। ଅବକ୍ଷୟ ମୁଖୀ ସମାଜକୁସୁଧାରି ବାରେ ଏହାହିଁ ଉଚିତ ମାର୍ଗ ଦର୍ଶନ.ସମାଜରେ ମାନବିକ ମୂଲ୍ୟବୋଧ, ସାଂସ୍କୃତିକ ଓ ପାରମ୍ପରିକ ଚେତନା, ଭାଇଚାରା, ପରସ୍ପର ସ୍ନେହ ଶ୍ରଦ୍ଧା, ପ୍ରେମ ବନ୍ଧନ ଆଦି ଶିକ୍ଷଣୀୟ ବିଷୟରେ ଲୋକମାନେ ଉଦବୁଦ୍ଧ ହୋଇଥାନ୍ତିବୋଲି ପାଲାଗାୟକ ମାନେ ମତପୋଷଣ କରିଛନ୍ତି. ଏହି ପାଲା କାର୍ଯ୍ୟକ୍ରମ ତିନିଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ, ବିଭିନ୍ନ ଅଞ୍ଚଳ ରୁ ପାଲା ଓ ସଂସ୍କୃତି ପ୍ରେମୀ ବିଦଗ୍ଧ ଦର୍ଶକ ଯୋଗ ଦେଇ ଏହାକୁ ଉପଭୋଗ କରୁଛନ୍ତି।

କଟକ ସାଲେପୁର ରୁ ସ୍ୱଦେଶ ରଞ୍ଜନ ଫୋକସ ପ୍ଲସ

Related post

ଦୈନିକ କୋଭିଡ-19 ମାମଲା ଭାରତରେ 1000 ରୁ କମ୍, 715 ଦିନରେ ପ୍ରଥମ ଥର |

ଦୈନିକ କୋଭିଡ-19 ମାମଲା ଭାରତରେ 1000 ରୁ କମ୍, 715 ଦିନରେ…

ସୋମବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତ 715 ଦିନ ମଧ୍ୟରେ ପ୍ରଥମ ଥର ପାଇଁ 1000 ରୁ କମ୍ ନୂତନ କୋଭିଡ -19 ମାମଲା…
ନିମ୍ନ ମାନର କାମ ପାଇଁ ପିସି ନେଉଛି କିଏ l ପାୱାର ଲେସ ଜେଇ ଙ୍କୁ ନେଇ ଚର୍ଚ୍ଚା l

ନିମ୍ନ ମାନର କାମ ପାଇଁ ପିସି ନେଉଛି କିଏ l ପାୱାର…

କେନ୍ଦ୍ରାପଡ଼ା ରେ ଚାଲିଛି ଠିକାଦାର ପୋଷଣ l ଜଳସମ୍ପଦ ବିଭାଗ ହେଉ କି ଗ୍ରାମୀଣ ଉନୟନ ବିଭାଗ l ନିମ୍ନ ମାନର କାମ କରି ଯୋଜନା ର ଅର୍ଥ…
ବନ୍ଧୁକ ଦେଖାଇ ୭ ଲକ୍ଷ ଲୁଟ୍ I

ବନ୍ଧୁକ ଦେଖାଇ ୭ ଲକ୍ଷ ଲୁଟ୍ I

ଚିଲିକା: ବାଲୁଗାଁ ଥାନା ଇଞ୍ଜନପୁର ଛକ ନିକଟରେ ବନ୍ଧୁକ ଦେଖାଇ ୭ ଲକ୍ଷ ୨୫ ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଛନ୍ତି । କୃଷି ଋଣ ଟଙ୍କା ଆଦାୟ…

Leave a Reply

Your email address will not be published. Required fields are marked *